ଡ୍ରଗ୍ସ କାରବାର ମାମଲାରେ ଅଭିନେତା ଅରମାନ କୋହଲିଙ୍କୁ ଗିରଫ କଲା NCB

ଅଭିନେତା ଅରମାନ କୋହଲି ଗିରଫ । ଅରମାନ କୋହଲିଙ୍କୁ ଗିରଫ କଲା NCB । ଦୀର୍ଘ ୧୨ ଘଣ୍ଟା ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଛି । ଶନିବାର ସନ୍ଧ୍ୟାରେ NCB ଅରମାନଙ୍କ ଘରେ ରେଡ୍ କରିଥିଲେ । ଏହି ସମୟରେ ତାଙ୍କ ଘରୁ ଡ୍ରଗ୍ସ ଜବତ ହୋଇଥିଲା । NCB କହିବା ମୁତାବକ ଡ୍ରଗ୍ସ ମାପିଆଙ୍କୁ ଖୋଜି ଖୋଜି NCB ଅରମାନଙ୍କ ନିକଟରେ ପହଞ୍ଚିଥିଲା ।

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଶନିବାର ମୁମ୍ବାଇରେ ଅରମାନ କୋହଲିଙ୍କ ବାସଭବନରେ ଚଢାଉ କରିଥିଲା । ଏହାପରେ ଅରମାନଙ୍କୁ ପଚରାଉଚରା କରିଥିଲା ଟିମ୍‌। ମାତ୍ର ସେ କୌଣସି ଉତ୍ତର ସଠିକ୍‌ ଭାବେ ଦେଇ ନଥିଲେ। ବିଗ ବସ୍‌-7ର ପ୍ରତିଯୋଗୀ ଥିଲେ ଅରମାନ। ସେହି ସମୟରେ ମଧ୍ୟ ସେ ବିବାଦକୁ ଆସିଥିଲେ। ପୂର୍ବରୁ ବେଆଇନ ମଦ ରଖିବା ଅଭିଯୋଗରେ ମଧ୍ୟ ଅବକାରୀ ବିଭାଗ ତାଙ୍କୁ ଗିରଫ କରିଥିଲା। ଅରମାନ ଗିରଫ ହେବା ପରେ ଆଗାମୀ ଦିନରେ NCB ପଞ୍ଝାରେ ଆଉ କିଏ ଗିରଫ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.