Below header

ଆଜି ପୁଣି ହୋଇପାରେ କାବୁଲ ଏୟାରପୋର୍ଟରେ ଆତଙ୍କୀ ଆକ୍ରମଣ,ସତର୍କ ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି

କେନ୍ୟୁଜ୍(ବ୍ୟୁରୋ):  ଆଜି ହୋଇପାରେ କାବୁଲ ଏୟାରପୋର୍ଟରେ ପୁଣି ଆତଙ୍କୀ ଆକ୍ରମଣ । ଆକ୍ରମଣ ବିପଦ ନେଇ ସତର୍କ ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ । କାବୁଲ ଏୟାରପୋର୍ଟରେ ୨୪ରୁ ୩୬ ଘଣ୍ଟା ମଧ୍ୟରେ ହୋଇପାରେ ଆତଙ୍କୀ ହମଲା । ଏହି ସତର୍କ କରାଇଛନ୍ତି ଜୋ ବାଇଡେନ୍‌ । କାବୁଲରେ ସ୍ଥିତି ଭୟଙ୍କର ରହିଛି । ଏୟାରପୋର୍ଟ ଉପରେ ଆତଙ୍କବାଦୀ ଆକ୍ରମଣ ଭୟ ରହିଛି ।

୨୪ରୁ ୩୬ ଘଣ୍ଟା ମଧ୍ୟରେ ଆତଙ୍କୀ ହମଲା ନେଇ ଆମେରିକାନ୍‌ କମାଣ୍ଡୋ ସୂଚନା ଦେଇଥିବା କହିଛନ୍ତି ବାଇଡେନ୍‌ । କାବୁଲ ଏୟାରପୋର୍ଟରେ ଥିବା ସମସ୍ତ ଆମେରିକୀୟ ନାଗରିକ ତୁରନ୍ତ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆମେରିକା ଦୂତାବାସ । ଗୁରୁବାର ଦିନ IS-K କାବୁଲ ବିମାନବନ୍ଦରରେ କରିଥିବା ଆକ୍ରମଣ ପାଇଁ ନିଜକୁ ଦାୟୀ ଘୋଷଣା କରିଛି । ଏହି ଆକ୍ରମଣରେ ୧୩ ଜଣ ଆମେରିକୀୟ ସେନା ସମେତ ୧୮୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.