ସରିଲା ଧର୍ମମାସ, ଆଜି ଛାଡ଼ଖାଇ: ଶନିବାର ଯୋଗୁ ଦୋକାନରେ ମଧ୍ୟମ ଧରଣର ଭିଡ଼

ଭୁବନେଶ୍ବର(କେନ୍ଯୁଜ୍): ସରିଲା ଧର୍ମମାସ । ଆଜି ଛାଡ଼ଖାଇ । ମାସକ ପରେ ଆମିଷ ଖାଇବେ ଲୋକେ । ଆଜି ଛାଡ଼ଖାଇ ଥିଲେ ମଧ୍ୟ ଶନିବାର ଯୋଗୁ ଦୋକାନରେ ମଧ୍ୟମ ଧରଣର ଭିଡ଼ ରହିଛି। ଛାଡ଼ଖାଇ ପାଇଁ ଆମିଷ ଦୋକାନରେ ବିଭିନ୍ନ ପ୍ରକାରର ଆମିଷ ରଖିଛନ୍ତି ବ୍ୟବସାୟୀ ।

ମାଛ, ମାଂସ, ଚିଙ୍ଗୁଡି ଓ କଙ୍କଡା କିଶୁଛନ୍ତି ଗ୍ରାହକ । ମାଛ କେଜି ୧୮୦ରୁ ୨୦୦ ଟଙ୍କା ଥିବାବେଳେ ଚିକେନ ୨୦୦ ଟଙ୍କା ରହିଛି । ମଟନ୍‌ ୭୦୦ରୁ ୮୦୦ ଟଙ୍କା ରହିଛି । କାଲି ରବିବାର ଥିବାରୁ ଦୋକାନରେ ଅଧିକ ଭିଡ଼ ହେବ ବୋଲି କହିଛନ୍ତି ବ୍ୟବସାୟୀ।

ମାସକ କାର୍ତ୍ତିକ ବ୍ରତ ପରେ ଆଜି ଛାଡଖାଇ ପାଇଁ ବିଭିନ୍ନ ବଜାରରେ ଲୋକଙ୍କ ଚାହିଦା ଦେଖି ଦୋକାନୀ ଅଧିକ ଆମିଷ ଦ୍ରବ୍ୟ ମହଜୁଦ ରଖିଛନ୍ତି । ଅନ୍ୟପଟେ ବିଭିନ୍ନ ସ୍ଥାନରେ ଭୋଜି ଭାତର ଆୟୋଜନ ମଧ୍ଯ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.