ଗୋବର ଖାଇଲେ ଏମ୍‌ବିବିଏସ୍‌ ଡାକ୍ତର, କହିଲେ ଏହାକୁ ଖାଇଲେ ଦେହ-ମନ ସୁସ୍ଥ ରହେ; ଦେଖନ୍ତୁ ଭିଡିଓ

ସୋସିଆଲ୍‌ ମିଡିଆରେ ପ୍ରାୟତଃ କିଛି ନା ଭିଡିଓ ଭାଇରାଲ ହୋଇଥାଏ, ଯାହା ଲୋକଙ୍କ ଧ୍ୟାନ ଆକର୍ଷିତ କରେ। ଇଣ୍ଟରନେଟ୍‌ରେ ବେଳେ ବେଳେ କିଛି ମଜାଳିଆ ଭିଡିଓ ବି ଦେଖିବାକୁ ମିଳେ, ଯାହା ଦେଖି ଆପଣ ନିଜ ହସ ରୋକିପାରୁ ନଥିବେ। ଏବେ ସେଭଳି ଏକ ଭିଡିଓ ଇଣ୍ଟରନେଟ୍‌ରେ ବହୁଳ ଭାବେ ଭାଇରାଲ ହେଉଛି। ଏହି ଭିଡିଓକୁ ଦେଖିଲେ ଆପଣ ବିଶ୍ୱାସ କରିବେନି ଯେ କୌଣସି ଡାକ୍ତର ଏମିତି କାମ କରୁଥିବେ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ଡାକ୍ତର ଗୋବରର ଫାଇଦା କହୁଥିବା ଦେଖାଯାଇଛି। କେବଳ ଏତିକି ନୁହେଁ, ଭିଡିଓରେ ସେ ଗୋବର ଖାଉଥିବାର ମଧ୍ୟ ନଜର ଆସିଛନ୍ତି, ଯାହା ଏବେ ଖୁବ୍‌ ଭାଇରାଲ ହେଉଛି। ଗୋବରର ଅନେକ ଫାଇଦା ରହିଛି। ଏଣୁ ସେ ନିଜେ ଗୋବର ଖାଇବା ସହ ଅନ୍ୟମାନଙ୍କୁ ମଧ୍ୟ ଗୋବର ଖାଇବାକୁ ପରାମର୍ଶ ଦେଇଛନ୍ତି।

ଦେଖନ୍ତୁ ଭିଡିଓ:

ତେବେ ଏହି ଭିଡିଓ ଭାଇରାଲ ହେବା ପରେ କିଛି ଲୋକ ଏହାକୁ ପସନ୍ଦ କରୁଥିବା ବେଳେ ଆଉ କିଛି ଏଭଳି ଭ୍ରାନ୍ତ ଚିନ୍ତା ଧାରା ଉପରେ ପ୍ରଶ୍ନ ଉଠାଇଛନ୍ତି। ଭାଇରାଲ ହେଉଥିବା ଏହି ଡାକ୍ତରଙ୍କ ନାଁ ମନୋଜ ମିତ୍ତଲ ବୋଲି ଜଣାପଡ଼ିଛି। ଏହି ଭିଡିଓରେ ସେ ଅନେକ ଦାବି କରିଛନ୍ତି। ସେ କହିଛନ୍ତି, ଗୋମୂତ୍ର ପିଇଲେ ଓ ଗାଈ ଗୋବର ଖାଇଲେ ଅନେକ ଗମ୍ଭୀର ରୋଗରୁ ମୁକ୍ତି ମିଳିବ।

ଭିଡିଓରେ ଡାକ୍ତର ବାବୁ କ୍ୟାମେରା ସାମ୍ନାରେ ତଳୁ ଗାଈର ଗୋବର ଉଠାଇ ଖାଉଛନ୍ତି। ଏଥିସହ ସେ ଗୋବରର ଲାଭ ସମ୍ପର୍କରେ ମଧ୍ୟ କହୁଛନ୍ତି। ସେ କହିଛନ୍ତି, ଗୋବରରୁ ପଞ୍ଚଗବ୍ୟ ମିଳେ। ଯାହାର ପ୍ରତ୍ୟେକଟି ଅଂଶ ମନୁଷ୍ୟ ପାଇଁ ଲାଭଦାୟକ ହୋଇଥାଏ। ଗୋବର ଖାଇଲେ ଦେହ ଓ ମନ ଶୁଦ୍ଧ ହୋଇଥାଏ। ଏହାକୁ ଥରେ ଖାଇଲେ ଆତ୍ମା ପବିତ୍ର ହୁଏ ବୋଲି ଡାକ୍ତର ମନୋଜ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.