ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ, BSKY ସ୍ମାର୍ଟକାର୍ଡ ବଣ୍ଟନର କରିବେ ଶୁଭାରମ୍ଭ

ବାରିପଦା (କେନ୍ଯୁଜ୍): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।  ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ବାରିପଦା ଛଉ ପଡିଆ ଅସ୍ଥାୟୀ ହେଲିପେଡରେ ପହଞ୍ଚିବେ । ଏହାପରେ ସ୍ଥାନୀୟ ସହୀଦ୍‌ ସ୍ମୃତି ଭବନରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।

ଏଥିସହିତ ୨ ହଜାର ୪୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିବେ । ୨୧୫୨ କୋଟି ଟଙ୍କାର ୪୦୫ଟି ପ୍ରକଳ୍ପର ଶିଳାନ୍ୟାସ ସହ ୩୩୨ କୋଟି ଟଙ୍କାର ୧୩୪ଟି ପ୍ରକଳ୍ପର ଶୁଭାରମ୍ଭ କରିବେ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟକାର୍ଡର ଶୁଭାରମ୍ଭ ପରେ ଜିଲ୍ଲାର ସମସ୍ତ ୨୬ଟି ବ୍ଳକ ଓ ୪ଟି ପୌରାଞ୍ଚଳରେ ଏହାର ବଣ୍ଟନ କରାଯିବ।

ସୁରକ୍ଷା ଦୃଷ୍ଟିରୁ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ମୟୂରଭଞ୍ଜ ଏସ୍‌ପି ଋଷିକେଶ ଖିଲାରୀଙ୍କ ତତ୍ତ୍ୱାବଧାନରେ ୩ ଜଣ ଏଏସ୍‌ପି, ୫ ଜଣ ଡିଏସ୍‌ପି, ୮ଜଣ ଇନ୍ସପେକ୍ଟର, ୬୫ ଜଣ ସବ୍‌ଇନ୍ସପେକ୍ଟର, ୧୬ ପ୍ଲାଟୁନ ପୋଲିସ ଫୋର୍ସ ଓ ୧୩୨ଜଣ ହୋମଗାର୍ଡ ମୁତୟନ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.