ଆଜି ସ୍ୱାଭିମାନ ଅଞ୍ଚଳ ଗସ୍ତ କରିବେ DGP ସୁନୀଲ ବଂଶଲ, ନୂଆ ମାଓ ରଣନୀତି ନେଇ ହେବ ଗୁରୁତ୍ବପୂର୍ଣ୍ଣ ବୈଠକ

ମାଲକାନଗିରି(କେନ୍ଯୁଜ୍): ଆଜି ସ୍ୱାଭିମାନ ଅଞ୍ଚଳ ଗସ୍ତ କରିବେ DGP । ଦାୟିତ୍ୱ ଗ୍ରହଣ କରିବା ପରେ DGP ସୁନୀଲ ବଂଶଲଙ୍କ ପ୍ରଥମ ସ୍ୱାଭିମାନ ଅଞ୍ଚଳ ଗସ୍ତ । ଦିନ ୧୧ଟା ବେଳେ ହନ୍ତାଳଗୁଡା BSF କ୍ୟାମ୍ପରେ ପହଞ୍ଚିବା ପରେ ମାଲକାନଗିରି ଗସ୍ତ କରିବେ । ଦୀର୍ଘବର୍ଷ ପରେ ସ୍ୱାଭିମାନ ଅଞ୍ଚଳରେ ନିର୍ବାଚନ ହେବାକୁ ଯାଉଛି ।

ଗସ୍ତ ବେଳେ ସୁରକ୍ଷା ବ୍ୟବସ୍ଥା ତଦାରଖ କରିବେ DGP ସୁନିଲ ବଂଶଲ । ଏହାସହ ନୂଆ ମାଓ ରଣନୀତି ନେଇ ବରିଷ୍ଠ ଅଧିକାରୀଙ୍କ ସହ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ କରିବେ । ଗସ୍ତ ବେଳେ ତାଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ, IG ଅପରେସନ୍‌ ଅମିତାଭ ଠାକୁର, SIW DIG ଅନିରୁଦ୍ଧ ସିଂ, ଦକ୍ଷିଣ ପଶ୍ଚିମାଞ୍ଚଳ DIG ରାଜେଶ ପଣ୍ଡିତ ଓ BSF IG ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.