ଆଜି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୨ତମ ଜନ୍ମଦିନ, ଚଳିତ ବର୍ଷ ଆଜାଦି କା ଅମୃତ ମହୋତ୍ସବ ପାଳୁଛି ଦେଶ

କେନ୍ଯୁଜ୍: ଆଜି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ । ୧୫୨ତମ ଜନ୍ମ ଦିନରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି ସାରା ଦେଶ । ୧୮୬୯ ମସିହା ଅକ୍ଟୋବର ୨ ତାରିଖରେ ଗୁଜରାଟ ପୋରବନ୍ଦରରେ ଜନ୍ମ ଗ୍ରହଣ କରିଥିଲେ ମହାତ୍ମା ଗାନ୍ଧୀ । ଆଜି ଦିନକୁ ଅନ୍ତର୍ଜାତୀୟ ଅହିଂସା ଦିବସ ଭାବେ ପାଳନ କରାଯାଉଛି । ୨୦୦୭ ଜୁନ୍‌ ୧୫ ତାରିଖରେ ଜାତିସଂଘ ଏହି ଘୋଷଣା କରିଥିଲା । ଅହିଂସା ଅସ୍ତ୍ରରେ ଦେଶକୁ ସ୍ୱାଧୀନତା ଦେଇଥିଲେ ଅହିଂସାର ପୂଜାରୀ ବାପୁ ।

ସଂଯୋଗ କ୍ରମେ ଚଳିତ ବର୍ଷ ଆଜାଦି କା ଅମୃତ ମହୋତ୍ସବ ପାଳୁଛି ଦେଶ । ଗତ ମାର୍ଚ୍ଚ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ଏହାର ଉଦଘାଟନ କରିଥିଲେ । ଗାନ୍ଧିଜୀଙ୍କ ଦାଣ୍ଡି ଅଭିଯାନର ୯୧ତମ ବର୍ଷିକୀ ଅବସରରେ ଆଜାଦି କା ଅମୃତ ମହୋତ୍ସବର ଉଦଘାଟନ ହୋଇଥିଲା । ଗାନ୍ଧଜୀଙ୍କ ଅହିଂସାର ବାଣୀ ସାରା ବିଶ୍ୱ ପାଇଁ ଏବେ ଅଧିକ ପ୍ରାସଙ୍ଗିକ ହୋଇ ପଡ଼ିଛି। ବିଶ୍ୱରେ ଶାନ୍ତି ସ୍ଥାପନା ପାଇଁ ଗାନ୍ଧିଜୀଙ୍କ ପଦାଙ୍କ ଅନୁସରଣ ଅପରିହାର୍ଯ୍ୟ ହୋଇପଡ଼ିଛି। ଅନ୍ୟପଟେ ଆଜି ଆଉ ଜଣେ ମହାନ ବ୍ୟକ୍ତିଙ୍କ ଜନ୍ମ ଦିନ । ୧୯୦୪ ମସିହାରେ ଆଜି ଦିନରେ ଜନ୍ମ ଗ୍ରହଣ କରିଥିଲେ ଭୂତପୂର୍ବ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.