ଆଜି ଧରାବତରଣ କରିବେ ଅଗ୍ରପୂଜ୍ୟ, ସୁନ୍ଦର ମୂର୍ତ୍ତି ଓ ତୋରଣରେ ଝଲସୁଛି ମଣ୍ଡପ

ଭୁବନେଶ୍ୱର(କେନ୍ୟୁଜ୍): ଆଜି ଧରାବତରଣ କରିବେ ଅଗ୍ରପୂଜ୍ୟ । ବିଘ୍ନ ବିନାଶକଙ୍କ ପୂଜା ପାଇଁ ଚାରିଆଡ଼େ ଉତ୍ସବର ମାହୋଲ । ଗଜାନନଙ୍କ ଆବାହନ ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ, କ୍ଲବ ଓ ମଣ୍ଡପରେ ବ୍ୟାପକ ଆୟୋଜନ କରାଯାଇଛି । ସୁନ୍ଦର ମୂର୍ତ୍ତି ଓ ତୋରଣରେ ଝଲସୁଛି ମଣ୍ଡପ । ଶିକ୍ଷାନୁଷ୍ଠାନରେ ଅଗ୍ରପୂଜ୍ୟଙ୍କ ଆବାହନ ବି କରାଯାଉଛି ।

କରୋନା ଯୋଗୁ ୨ ବର୍ଷ ହେବ କଟକଣାରେ ଗଣେଶ ପୂଜା ହେଉଥିଲା । ଏବର୍ଷ ବିନା କଟକଣାରେ ଗଣେଶ ପୂଜା ହେଉଥିବାରୁ ସବୁଠି ଉତ୍ସବର ମାହୋଲ । ତାଳଚେର ଓ ଜଟଣାରେ ଚଳିତବର୍ଷ ବେଶ ଧୂମଧାମରେ ଗଣେଶ ପୂଜା କରାଯାଉଛି । ତାଳଚେରରେ ଶହେରୁ ଅଧିକ ମଣ୍ଡପରେ ପୂଜା ପାଇବେ ପ୍ରଭୁ ଗଜାନନ । ସେଠାରେ ଆସନ୍ତା ୯ ତାରିଖ ଯାଏ ଦର୍ଶନ ଦେବେ ଶ୍ରୀଗଣେଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.