ଆଜି ରଙ୍ଗର ପର୍ବ ହୋଲି: କରୋନା ପାଇଁ କଟକଣା କଡ଼ାକଡି, ରାଜଧାନୀରେ ୧୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ

ଭୁବନେଶ୍ୱର : ଆଜି ରଙ୍ଗର ପର୍ବ ହୋଲି। ଏଥର କରୋନା ପାଇଁ ଫିକା ପଡ଼ିଛି ରଙ୍ଗର ପର୍ବ । ଧୁମଧାମ୍‌ରେ ନହେଲେ ବି ପରିବାର ସଦସ୍ୟଙ୍କ ସହ ରଙ୍ଗ ଖେଳିବାକୁ ଅନୁମତି ମିଳିଛି । କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ସତର୍କତା ଜାରି କରିଛନ୍ତି । ସାଂସ୍କୃତି କାର୍ଯ୍ୟକ୍ରମ, ବାଜା ରୋଷଣୀ ହେବନାହିଁ । ଲୋକେ ଘରେ ରହି ହୋଲି ଖେଳୁଛନ୍ତି ।

ରାଜଧାନୀରେ ହୋଲି କଟକଣାକୁ କଡ଼ାକଡି କରାଯାଇଛି । ୧୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବିଭିନ୍ନ ଛକ, ଭିଡ ସ୍ଥାନ ଏବଂ ଗାଧୁଆ ତୁଠ ଉପରେ ପୋଲିସ ନଜର ରଖିଛି । ୨୦ଟି ପିସିଆର୍‌ ଗାଡ଼ି ପାଟ୍ରୋଲିଂ କରିବା ସହ ଷ୍ଟ୍ରାଇକିଂ ଫୋର୍ସ ମୁତୟନ କରାଯାଇଛି। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସକାଳୁ ସକାଳୁ ବିଭିନ୍ନ ସ୍ଥାନ ମାନଙ୍କରେ ଚେକିଂ ଜୋରଦାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.