ହୋଲିରେ ଭାଙ୍ଗ ନିଶା ଛଡ଼ାଇବା ପାଇଁ ସେବନ କରନ୍ତୁ ଏସବୁ ଜିନିଷ, ତୁରନ୍ତ ଲାଗିବ ରିଫ୍ରେସ୍‌

ଆଜି ରଙ୍ଗର ପର୍ବ ହୋଲି। ଆଜି ସମସ୍ତେ ପରସ୍ପରକୁ ହୋଲିର ଶୁଭେଚ୍ଛା ଜଣାଇଥାନ୍ତି। କିଛି ଲୋକ ଏହି ଦିନ ଭାଙ୍ଗ ବି ପିଅନ୍ତି। ଭାଙ୍ଗ ପିଇବା ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ ହୋଇଥିଲେ ମଧ୍ୟ ଲୋକମାନେ ହୋଲିରେ ଭାଙ୍ଗ ପିଇଥାନ୍ତି। ଭାଙ୍ଗ ନିଶା ବହୁତ ଟାଣ ହୋଇଥାଏ। ସହଜରେ ଏହି ନିଶା ଛାଡ଼େ ନାହିଁ। ଭାଙ୍ଗ ପିଇବା ପରେ ମୁଣ୍ଡ ବୁଲାଏ, ଲୋକମାନେ ବାଉଳା ଚାଉଳା ହୋଇଥାନ୍ତି। ତେବେ ଆପଣ ଯଦି ହୋଲିରେ ଭୁଲରେ ଭାଙ୍ଗ ପଣା ପିଇଦେଇଛନ୍ତି, ତେବେ କେତେକ ସରଳ ଉପାୟ ଆପଣାଇ ନିଶା ଦୂର କରିପାରିବେ। ଆସନ୍ତୁ ଜାଣିବା କେମିତି…

ଉଷୁମ ସୋରିଷ ତେଲ:

ଭାଙ୍ଗ ନିଶା ଛଡ଼ାଇବାକୁ ସୋରିଷ ତେଲକୁ ହାଲ୍‌କା ଗରମ କରି ୨-୩ ବୁନ୍ଦା କାନରେ ପକାନ୍ତୁ। ଏମିତି କଲେ ହୋସ୍‌ ଆସିଯିବ।

ଅଦା:

ଭାଙ୍ଗ ପିଇଥିବା ବ୍ୟକ୍ତିଙ୍କୁ ଅଦା ଚୁସିବାକୁ ଦିଅନ୍ତୁ। ଧୀରେ ଧୀରେ ନିଶା ଛାଡ଼ିଯିବ।

ଖଟା ଜିନିଷ:

ଭାଙ୍ଗ ନିଶା ଉତାରିବା ପାଇଁ ଖଟା ଜିନିଷ ଖାଆନ୍ତୁ। ଏଥିପାଇଁ ଲେମ୍ବୁ ପାଣି ହେଉଛି ସବୁଠୁ ଭଲ ବିକଳ୍ପ।

ନଡ଼ିଆ ପାଣି:

ନଡ଼ିଆ ପାଣି ଭାଙ୍ଗ’ନିଶା ଛଡ଼ାଇବାରେ ବେଶ୍‌ ଭଲ କାମ କରିଥାଏ। ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ କେମିକାଲକୁ ନିଷ୍କ୍ରିୟ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.