Below header

ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ: ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ସହ କରିବେ ଆଲୋଚନା

ନୂଆଦିଲ୍ଲୀ(କେନ୍ଯୁଜ୍): ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ସହ ବୈଠକ କରିବେ ନିର୍ମଳା ସୀତାରମଣ । କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳ ମଧ୍ୟ ଉପସ୍ଥିତ ରହିବେ । ଅର୍ଥନୀତିକୁ ବୃଦ୍ଧି କରିବାରେ ଘରୋଇ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବା ପାଇଁ ପଦକ୍ଷେପ ବିଷୟରେ ଆଲୋଚନା ହେବ ।

ଦେଶରେ ଅର୍ଥନୈତିକ ଅଭିବୃଦ୍ଧି ଓ ଅନୁକୂଳ ପୁଞ୍ଜିନିବେଶ ବାତାବରଣ ସଂକ୍ରାନ୍ତରେ ଅର୍ଥମନ୍ତ୍ରୀ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ। ମାନ୍ଦା ପଡିଥିବା ଅର୍ଥ ବ୍ୟସ୍ଥାକୁ ପୁଣିଥରେ ଚଂଳଚଂଚଳ କରିବା ପାଇଁ ପ୍ରୟାସ ଚଳାଇଛନ୍ତି କେନ୍ଦ୍ର ସରକାର। ବିଶେଷକରି ଘରୋଇ ପୁଂଜିନିବେଶ ଆକୃଷ୍ଟ କରିବା ଉପରେ ଫୋକସ କରୁଛନ୍ତି। ଘରୋଇ ପୁଂଜିନିବେଶ କ୍ଷେତ୍ରରେ ରାଜ୍ୟଗୁଡ଼ିକ ସମ୍ମୁଖୀନ ହେଉଥିବା ପାଣି, ଜମି ଓ ବିଜୁଳି ଆଦି ସମସ୍ୟାର ସମାଧାନ ପାଇଁ ବୈଠକରେ ଆଲୋଚନା ହେବ। ମହାମାରୀ ସମୟରେ କିନ୍ତୁ ଓଡ଼ିଶାରେ ନିବେଶ ବାତାବରଣ ଅନୁକୂଳ ରହିଥିଲା।

ଏ ସମୟରେ ଓଡ଼ିଶାରେ ସାଢ଼େ ୪ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଛି। କେନ୍ଦ୍ରାପଡା ଜିଲ୍ଲାରେ ଆର୍ସେଲର ମିତ୍ତଲ ନିପନ୍‌ ଷ୍ଟିଲ (AMNS) ବର୍ଷକୁ ୧୨ ମିଲିଅନ ଟନ୍‌ ଷ୍ଟିଲ ପ୍ଲାଣ୍ଟ କରିବ । ନିବେଶ ହେବ ୫୦ ହଜାର କୋଟି ଟଙ୍କା। ଏଥିପାଇଁ ରାଜ୍ୟ ସରକାରଙ୍କ ସହ MOU ହୋଇଛି। ସେହିଭଳି ଜଗତସିଂହପୁରରେ ୧ ଲକ୍ଷ କୋଟି ଟଙ୍କା ବିନିଯୋଗରେ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କରିବ JSW। ଏ ଦୁଇଟି ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଲକ୍ଷ୍ମୀ ନାରାୟଣ ମିତ୍ତଲ ଓ ସଜ୍ଜନ ଜିନ୍ଦଲ ମଧ୍ୟ ଆଲୋଚନା କରିଥିଲେ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.