ଆଜି ପହିଲି ରଜ, ଓଡ଼ିଆର ଖୁବ୍‌ ଆପଣାର ପର୍ବ ରଜ

ଭୁବନେଶ୍ୱର (କେନ୍ୟୁଜ) : ଆଜି ପହିଲି ରଜ। ରଜ ଦୋଳି କଟମଟ ମୋ ଭାଇ ମୁଣ୍ଡରେ ସୁନା ମୁକୁଟ । ରଜ ଗୀତ ସହ ଏହି କଟ ମଟ ବାଜଣା ବଜାଇ ଆସିଛି ରଜ । ଓଡ଼ିଆର ଖୁବ୍‌ ଆପଣାର ପର୍ବ ରଜ । ପିଠାପଣାର ମହକରେ ମହକି ଉଠୁଛି ଘର। ବରଷକେ ଥରେ ରଜ ପାଳିବାକୁ ସତେ ଯେପରି ଅନାଇ ରହିଥାନ୍ତି ସଭିଏଁ। ରଜଦୋଳି ଖେଳିବା ସହ ପାନ ଖାଇ ମାତିଯାନ୍ତି ବିଭିନ୍ନ ଖେଳକୁଦରେ। ତା ସାଙ୍ଗକୁ ଲୁଡୁ ଓ ତାସ୍‌ ପାଲିର ଆସର। ହେଲେ କରୋନା କଟକଣା ପାଇଁ ଚଳିତ ବର୍ଷ ଫିକା ପଡିଛି ରଜ ପର୍ବ। ଚଳଚଞ୍ଚଳ ନାହିଁ ଗାଁ ଗଣ୍ଡା। ପରିବାର ଭିତରେ ରଜ ପିଠା ଓ ରଜ ପାନ ତିଆରି କରି ଲୋକେ ପର୍ବ ପାଳନ କରୁଛନ୍ତି। କୁଆଁରୀ ଝିଅମାନେ ଅଳତା, ମେହେନ୍ଦି ଲଗାଇ ରଜ ପାଳୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.