ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ୨୪ ନିର୍ବାଚନ ପାଇଁ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

(କେନ୍ୟୁଜ): ବର୍ଷ ଶେଷକୁ ରାଜ୍ୟ ରାଜନୀତି ପୁଣିଥରେ ଚଳଚଞ୍ଚଳ। ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। କନ୍ଧମାଳ ଓ ପୁରୀ ଲୋକସଭା ନିର୍ବାଚନଣ୍ଡଳୀର ଅନୁଷ୍ଠିତ ପାର୍ଟିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହା ପରେ ସାଧାରଣ ସଭାରେ ଯୋଗ ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ୨୦୨୪ ଲଢ଼େଇ ପାଇଁ ନଡ୍ଡା ନେତାଙ୍କୁ ଦେବେ ମନ୍ତ୍ର । କର୍ମୀଙ୍କ ମଧ୍ୟରେ ଯୋଶ୍‌ ଭରିବେ । ୨୦୧୯ ତୁଳନାରେ ୨୪ ନିର୍ବାଚନରେ ଓଡ଼ିଶାରେ ଭୋଟ୍‌ ହାର ବୃଦ୍ଧି ସହ ଅଧିକ ଲୋକସଭା ଓ ବିଧାନସଭା ସିଟ୍‌ ଜିତିବା ଲକ୍ଷ୍ୟରେ ରହିଛି ବିଜେପି ।

ଉଭୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କ କାନରେ ଏହି ମନ୍ତ୍ର ଫୁଙ୍କିବାକୁ ଚାଲିଛି ଅଭିଯାନ । କନ୍ଧମାଳ ସଂସଦୀୟ କ୍ଷେତ୍ର ତୁମୁଡ଼ିବନ୍ଧ ଓ ପୁରୀ ସଂସଦୀୟ କ୍ଷେତ୍ରର ବାଣପୁରରେ ସାଧାରଣ ସଭାରେ ଯୋଗ ଦେବେ ନଡ୍ଡା । ତୁମୁଡ଼ିବନ୍ଧ ମିନି ଷ୍ଟାଡିୟମରେ ସାଧାରଣ ସଭାରେ ଉଦବୋଧନ ଦେବେ । ସେହିପରି ଜଳେଶପଟ୍ଟାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ମାଲ୍ୟାର୍ପଣ ଏବଂ ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମର ଛାତ୍ରୀ ନିବାସ ଉଦଘାଟନ କରିବେ । ପରେ ପୁରୀ ଲୋକସଭାର ବାଣପୁର ପଲଟନ ପଡିଆରେ ସାଧାରଣ ସଭାରେ ଯୋଗ ଦେବେ

ସେହିପରି ମାଁ ଭଗବତୀଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ବିଜେଡି ସରକାର ବିରୋଧୀ ମାହୋଲ ସୃଷ୍ଟି କରିବା ଓ କେନ୍ଦ୍ର ସରକାରଙ୍କ ସୁଫଳ ଯୋଜନା ତଳସ୍ତରର ଲୋକଙ୍କ ପାଖରେ ପହଞ୍ଚାଇବେ ନଡ୍ଡା । ପୂର୍ବରୁ ସେପ୍ଟେମ୍ବରରେ ଓଡ଼ିଶା ଗସ୍ତରେ ଆସି ନଡ୍ଡା ବିଜେଡି ସରକାରଙ୍କ ଉପରେ ବର୍ଷିଥିଲେ । ଏଥର ଆଭିମୁଖ୍ୟ ସେଭଳି ରହିବ ନା ଆହୁରି କଡ଼ା ହେବ ତାକୁ ନେଇ କଳ୍ପନାଜଳ୍ପନା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.