ଆଜି ସରିବ ପଞ୍ଚାୟତ ଭୋଟ୍‌, ୨୫ ଜିଲ୍ଲାର ୪୮ଟି  ବ୍ଲକରେ ଭୋଟର କରିବେ ମତଦାନ

କେନ୍ୟୁଜ୍(ବ୍ୟୁରୋ):  ଆଜି ସରିବ ପଞ୍ଚାୟତ ଭୋଟ୍‌। ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ। ୨୫ ଜିଲ୍ଲାର ୪୮ଟି  ବ୍ଲକର ୧୩୧ ଜିଲ୍ଲା ପରିଷଦ ଜୋନ୍‌ରେ ଚାଲିଛି ମତଦାନ। ୯୭୫ ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ପାଇଁ ଭୋଟ ଦେଉଛନ୍‌ନ୍ତି ଭୋଟର। ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ୨୫ ଜିଲ୍ଲାରେ ୧୩ ହଜାର ୫୧୪ ବୁଥ୍‌ ପ୍ରସ୍ତୁତ କରାଯାଇଛି।

panchayat

ସେଭିତରୁ ୨ହଜାର ୨୭ଟି ବୁଥ୍‌ ସମ୍ବେଦନଶୀଳ। ମୋଟ ୪୧ ଲକ୍ଷ ୮୮ ହଜର ୩୮୨ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି। ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ଫୋକସରେ ରହିଛି କିଛି ପ୍ରମୁଖ ବିଧାନସଭା ନିର୍ବାଚନ ମଣ୍ଡଳୀ। ବାଲେଶ୍ୱର, ଟିଟିଲାଗଡ଼, ବରଗଡ଼, ବାଙ୍କୀ, ପାରଳାଖେମୁଣ୍ଡି, ମହାକାଳପଡ଼ା, କେନ୍ଦୁଝର, ଜଟଣୀ ଓ ଖଣ୍ଡପଡ଼ା। ପଞ୍ଚାୟତ ଫଳାଫଳ ଏସବୁ ନିର୍ବାଚନ ମଣ୍ଡଳୀରେ ହେଭିେଓ୍ଵଟ୍‌ ନେତା ଓ ମନ୍ତ୍ରୀଙ୍କ ପତିଆରା ପ୍ରମାଣିତ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.