Below header

୨ ଲକ୍ଷ ଋଷ ସେନା ଓ ହଜାରରୁ ଅଧିକ ଲଢୁଆ ବାହନ ୟୁକ୍ରେନ ଆକ୍ରମଣ ପାଇଁ ତୟାର: ହୋଇପାରେ ବଡ଼ ଯୁଦ୍ଧ

କେନ୍ୟୁଜ୍(ବ୍ୟୁରୋ): ୟୁରୋପରେ ହୋଇପାରେ ବଡ଼ ଯୁଦ୍ଧ। ଚେତାବନୀ ଦେଲେ ୟୁକ୍ରେନ ରାଷ୍ଟ୍ରପତି। ଋଷ-ୟୁକ୍ରେନ ସଙ୍କଟ ଅତି ଭୟାନକ ସ୍ଥିତିରେ ପହଞ୍ଚିଛି । ୟୁକ୍ରେନକୁ ଘେରିଲେ ଋଷ ସେନା । ୟୁକ୍ରେନ ସୀମାରେ ଋଷର ୨ ଲକ୍ଷ ସେନା ଅଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଲେ ୨ ଲକ୍ଷ ଋଷ ସେନା ଓ ହଜାରରୁ ଅଧିକ ଲଢୁଆ ବାହନ ୟୁକ୍ରେନ ଆକ୍ରମଣ ପାଇଁ ତୟାର ।

ରାଷ୍ଟ୍ରପତି ଜେଲେନସ୍କି ଋଷ ନାଗରିକଙ୍କୁ ଅପିଲ କରିଛନ୍ତି, ୟୁକ୍ରେନ ଶାନ୍ତି ଚାହେଁ । ମସ୍କୋର ଶାସକ ମାନେ ଅନ୍ୟ ଏକ ଦେଶ ଭିତରକୁ ସୈନ୍ୟ ପଠାଇବା, ଏହା ୟୁରୋପରେ ବଡ଼ ଯୁଦ୍ଧ ଆରମ୍ଭ କରିବ । ଅନ୍ୟପଟେ ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ୟୁକ୍ରେନ ବୈଦେଶିକ ମନ୍ତ୍ରୀ । ଆଲୋଚନା ପରେ ପୂର୍ବ ୟୁରୋପକୁ ଅଧିକ ସୈନ୍ୟ ପଠାଇବା ପାଇଁ ଘୋଷଣା କଲିଛି ଆମେରିକା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.