ଆଜି ମମିତା ମେହେରଙ୍କ ଜନ୍ମ ଦିନ, ଗାଁରେ ଭଜନ କିର୍ତ୍ତନ ସହ ଛୋଟ ପିଲାଙ୍କୁ ବଣ୍ଟାଗଲା ଖାତା ପେନ

କଣ୍ଟାବାଞ୍ଜି(କେନ୍ୟୁଜ୍): ଆଜି ମମିତାଙ୍କ ଜନ୍ମ ଦିନ। ପ୍ରତ୍ୟେକ ବର୍ଷ ମମିତାଙ୍କ ଜନ୍ମ ଦିନ ପାଳନ କରୁଥିଲା ପରିବାର। ଆଜି ମଧ୍ୟ ପାଳନ ହୋଇଛି। ମମିତାଙ୍କ ହତ୍ୟାକାରୀ ଆତ୍ମହତ୍ୟା କରି ନିଜେ ନିଜର ଦୋଷ ସ୍ୱୀକାର କରିଛି।
ମମିତା ଯେମିତି ଛଟପଟ ହୋଇ ମଲା ତାର ହତ୍ୟାକାରୀ ମଧ୍ୟ ମଲା ବୋଲି ତାଙ୍କ ପରିବାର କହିଛନ୍ତି। ପୂର୍ବରୁ ମମିତାଙ୍କ ଘରେ ଜନ୍ମ ଦିନ ପାଳନ କରାଯାଉଥିଲା ଏବେ କିନ୍ତୁ ଗାଁରେ ପାଳନ ହେଲା। ଭଜନ କୀର୍ତ୍ତନ ଗାଁରେ ହେବା ସହ ମିଷ୍ଟାନ ବଣ୍ଟନ କରିବା ସହ ଛୋଟ ଛୋଟ ଶିଶୁ ମାନଙ୍କୁ ଖାତା ପେନ ବଣ୍ଟନ କରାଯାଇଛି।