ପୂଜାରେ ଭଗବାନଙ୍କୁ ଆରତୀ କେତେ ଥର ବୁଲାଇବା ଦରକାର, ଜାଣି ନିଅନ୍ତୁ ଏହି ଜରୁରୀ ନିୟମ

ହିନ୍ଦୁ ଧର୍ମରେ ପୂଜା ପାଠ ପରେ ଶେଷରେ ଆରତୀ କରାଯାଏ । ସମସ୍ତ ପୂଜା ପାଠରେ ଆରତୀ କରିବା ମହତ୍ୱପୂର୍ଣ୍ଣ ହୋଇଥାଏ । ଆରତୀ ପରେ ହିଁ ପୂଜା ସମ୍ପନ୍ନ ହୋଇଥାଏ । ଫଳରେ ପୂଜାର ପର୍ଯ୍ୟାପ୍ତ ପ୍ରାପ୍ତ ହୋଇଥାଏ । ପୂଜା ଜନିତ ତ୍ରୁଟି ରେ ମଧ୍ୟ ଭଗବାନଙ୍କୁ ଆରତୀ କରାଯାଇଥାଏ । ହେଲେ ଯଦି ଠିକ୍‌ ନିୟମ ଅନୁସାରେ ଆରତୀ ନହୁଏ ଏହାର ଖରାପ ଫଳ ମିଳିଥାଏ । ଆସନ୍ତୁ ଜାଣିବା ଆରତୀର ଠିକ୍‌ ନିୟମ ସମ୍ପର୍କରେ ।

ସ୍କନ୍ଦ ପୁରାଣ : ସ୍କନ୍ଦ ପୁରାଣରେ ଆରତୀ ସମ୍ପର୍କରେ କୁହାଯାଇଛି, ଯଦି କେହି ବ୍ୟକ୍ତି ମନ୍ତ୍ର, ପୂଜା ର ସମ୍ପୁର୍ଣ୍ଣ ବିଧି ଜାଣି ନଥାଏ , ହେଲେ ଭଗବାନଙ୍କ ଆରତୀରେ ଶ୍ରଦ୍ଧା ପୂର୍ବକ ସାମିଲ ହୁଏ ତେବେ ଭଗବାନ ତାଙ୍କର ପୂଜା ସ୍ୱୀକାର କରିଥାନ୍ତି ।

ଶାସ୍ତ୍ର ଅନୁସାରେ : ଭଗବାନ ବିଷ୍ଣୁଙ୍କ ଦ୍ୱାରା କୁହାଯାଇଛି, ଯେଉଁ ବ୍ୟକ୍ତି ଘିଅ ଦୀପ ଦ୍ୱାରା ଆରତୀ କରିଥାନ୍ତି,ତାଙ୍କୁ କୋଟି କଳ୍ପ ପର୍ଯ୍ୟନ୍ତ ସ୍ୱର୍ଗଲୋକରେ ସ୍ଥାନ ପ୍ରାପ୍ତ ହୋଇଥାଏ । କର୍ପୁର ଦ୍ୱାରା ଆରତୀ କରିବା ଯୋଗୁ ବ୍ୟକ୍ତିକୁ ଅନନ୍ତରେ ପ୍ରବେଶ ମିଳିଥାଏ । ଯେଉଁ ବ୍ୟକ୍ତି ପୂଜାରେ ହେଉଥିବା ଆରତୀକୁ ଦର୍ଶନ କରିଥାଏ ତାଙ୍କୁ ପରମ ପଦର ପ୍ରାପ୍ତି ହୋଇଥାଏ ।

ପୂଜାରେ କେତେ ଥର ଆରତୀ ବୁଲାଇବା କଥା

ଭଗବାନଙ୍କ ଆରତୀ ସର୍ବଦା ଗୋଟିଏ ସ୍ଥାନରେ ଠିଆ ହୋଇ କରାଯିବା ଉଚିତ୍‌ । ଆରତୀ କରିବା ସମୟରେ ଅଳ୍ପ ନଇଁ କରି ଆରତୀ କରିବା କଥା । ଆରତୀ କରିବା ବେଲେ ଭଗବାନଙ୍କ ପାଦରେ ୪ ଥର, ନାଭି ପାଖରେ ୨ ଥର, ୧ ଥର ମୁଖମଣ୍ଡଳରେ ଓ ୭ ଥର ସବୁ ଅଂଗରେ ଆରତୀ ବୁଲାଇବା କଥା । ଏପରି ମୋଟ ୧୪ ଥର ଆରତୀ ବୁଲାଇବା ଦ୍ୱାରା ୧୪ ଭୁବନ ଯାଏ ଆପଣଙ୍କ ପ୍ରଣାମ ପହଞ୍ଚିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.