ହୀରାକୁଦରେ ଅଣାୟତ୍ତ ହେଉଛି ଡାଇରିଆ, ସ୍ଥିତି ପରଖିବାକୁ ଗଲା ସ୍ବାସ୍ଥ୍ୟ ବିଭାଗର ଦୁଇ ଜଣିଆ ଟିମ୍

ହୀରାକୁଦ ଗଲା ସ୍ବାସ୍ଥ୍ୟ ବିଭାଗର ଦୁଇ ଜଣିଆ ଟିମ୍ । ହୀରାକୁଦ ସହରରେ ଝାଡ଼ାବାନ୍ତି ବ୍ୟାପିବା ପରେ ସ୍ଥିତି ପରଖିବାକୁ ହୀରାକୁଦ ଯାଇଛି ସ୍ବାସ୍ଥ୍ୟ ବିଭାଗ । ହୀରାକୁଦରେ ପହଞ୍ଚିବା ପରେ ପ୍ରଭାବିତ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିବ ଟିମ୍ । ଅନୁଧ୍ୟାନ ପରେ ରାଜ୍ୟ ସରକାରଙ୍କୁ ଦେବେ ରିପୋର୍ଟ ।

ସମ୍ବଲପୁର (କେନ୍ୟୁଜ): ହୀରାକୁଦ ଗଲା ସ୍ବାସ୍ଥ୍ୟ ବିଭାଗର ଦୁଇ ଜଣିଆ ଟିମ୍ । ହୀରାକୁଦ ସହରରେ ଝାଡ଼ାବାନ୍ତି ବ୍ୟାପିବା ପରେ ସ୍ଥିତି ପରଖିବାକୁ ହୀରାକୁଦ ଯାଇଛି ସ୍ବାସ୍ଥ୍ୟ ବିଭାଗ । ହୀରାକୁଦରେ ପହଞ୍ଚିବା ପରେ ପ୍ରଭାବିତ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିବ ଟିମ୍ । ଅନୁଧ୍ୟାନ ପରେ ରାଜ୍ୟ ସରକାରଙ୍କୁ ଦେବେ ରିପୋର୍ଟ । କେଉଁ କାରଣ ପାଇଁ ଅଞ୍ଚଳରେ ଝାଡାବାନ୍ତି ବ୍ୟାପୁଛି, ସେନେଇ ତଦନ୍ତ କରିବ । ଝାଡାବାନ୍ତିରେ ଜଣଙ୍କର ମୃତ୍ୟୁ ହେବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

ହୀରାକୁଦ ସହରରେ ୧୫୩ରେ ପହଞ୍ଚିଛି ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣ ହୀରାକୁଦ ହସପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୭ ଜଣ ଗୁରୁତର ହୋଇ ବୁର୍ଲାରେ ଚିକିତ୍ସାଧୀନ ଅଛନ୍ତି । ସହରର ଗୁରୁଦ୍ୱାରାପଡା, ଗୌଡପଡା, କାଲୋପଡା,କଦମପଡା, ତାରାସିଂପଡା, ନ୍ୟୁ ମାର୍କେଟ୍ କଲୋନି ଓ ମାଛପଡାରେ ସଂକ୍ରମଣ ହାର ଦ୍ରୁତ ଗତିରେ ବଢ଼ିଚାଲିଛି। ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ବିଭିନ୍ନ ସାମାଜିକ ସଙ୍ଗଠନ ପକ୍ଷରୁ ବିଭିନ୍ନ ପଡା ବୁଲି ଲୋକଙ୍କୁ ଫୁଟା ପାଣି ପିଇବାକୁ ସଚେତନ କରାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.