ପାପୁଆ ନ୍ୟୁ ଗିନିରେ ଭୟଙ୍କର ଭୂକମ୍ପ, ତୀବ୍ରତା ୬.୯

ପାପୁଆ ନ୍ୟୁ ଗିନିରେ ରବିବାର ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସେସ୍(GFZ) ଅନୁଯାୟୀ ଭୂମିକମ୍ପର ରିକ୍ଟର ସ୍କେଲରେ ତୀବ୍ରତା ୬.୯ ରେକର୍ଡ଼ କରାଯାଇଛି

ପାପୁଆ ନ୍ୟୁ ଗିନିରେ ରବିବାର ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଛି । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସେସ୍(GFZ) ଅନୁଯାୟୀ ଭୂମିକମ୍ପର ରିକ୍ଟର ସ୍କେଲରେ ତୀବ୍ରତା ୬.୯ ରେକର୍ଡ଼ କରାଯାଇଛି । ଭୂକମ୍ପ ଝଟକା ସକାଳୁ ସକାଳୁ ହୋଇଥିଲା ।

ଇଣ୍ଡୋନେସିଆ ନିକଟବର୍ତ୍ତୀ ଏବଂ ପ୍ରଶାନ୍ତ ମହାସାଗର ସ୍ଥିତ ଏକ ଦ୍ୱୀପ ପାପୁଆ ନ୍ୟୁ ଗିନିରେ ଭୂମିକମ୍ପର କେନ୍ଦ୍ର ସ୍ଥଳ ୩୨ କିମି ପୂର୍ବ-ଉତ୍ତର ପୂର୍ବରେ ସ୍ଥିତ ଆମ୍ବୁନ୍ତିରେ ଜଣାପଡ଼ିଛି । ସେହିପରି ଭୂମିକମ୍ପର ଗଭୀରତା ୩୫ କିମି ରେକର୍ଡ଼ କରାଯାଇଛି । ତେବେ ଏହି ଭୂମିକମ୍ପରେ କୌଣସି ଧନଜୀବନ ହାନି ହୋଇନଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଗତବର୍ଷ ଏଠାରେ ଭୟଙ୍କର ଭୂକମ୍ପ ଆସିଥିଲା । ଭୂକମ୍ପର ତୀବ୍ରତା ୭ ରହିଥିଲା । ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିପରି ୨୨ ମାର୍ଚ୍ଚରେ ଇଣ୍ଡୋନେସିଆର ଜାଭା ଦ୍ୱୀପରେ ୬.୪ ତୀବ୍ରତାର ଭୂକମ୍ପ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.