୧୨ଶ ପାସ୍‌ କରିଥିବା ପ୍ରାର୍ଥୀ ସରକାରୀ ଚାକିରି ପାଇଁ କରନ୍ତୁ ଆବେଦନ

ଦିଲ୍ଲୀ ସବଅର୍ଡିନେଟ ସଭିସେସ ସିଲେକ୍ସନ ବୋର୍ଡ ପକ୍ଷରୁ ଖାଲିପଡିଛି ପଦବୀ । ଏବେ ଆବେଦନ କରିବାର ଲିଙ୍କ ଖୋଲିଯାଇଛି । ଏଥିପାଇଁ ଆପଣ dsssb.delhi.gov.in କୁ ଯାଇ ଆବେଦନ କରିପାରିବେ ।

ରାଜଧାନୀରେ ସରକାରୀ ଚାକିରି ଖୋଜୁଥିଲେ, ଆପଣଙ୍କ ପାଇଁ ଖୁସି ଖବର । ଦିଲ୍ଲୀ ସବଅର୍ଡିନେଟ ସଭିସେସ ସିଲେକ୍ସନ ବୋର୍ଡ ପକ୍ଷରୁ ଖାଲିପଡିଛି ପଦବୀ । ଏବେ ଆବେଦନ କରିବାର ଲିଙ୍କ ଖୋଲିଯାଇଛି । ଏଥିପାଇଁ ଆପଣ dsssb.delhi.gov.in କୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୪୧୪

ଏହି ଖାଲିପଡିଥିବା ପଦବୀ ମାଧ୍ୟମରେ ଡ୍ରାଇଭର, ଲ୍ୟାବ ଟେକ୍ନିସିଆନ, ଫର୍ମାସିଷ୍ଟ, ନର୍ସ, ଡ୍ରାଫ୍ଟସମ୍ୟାନ, ଷ୍ଟୋରକିପର, ସାନିଟାରୀ ଇନ୍ସପେକ୍ଟର ଭଳି ପଦବୀରେ ଭର୍ତ୍ତି କରାଯିବ ।

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ଆରମ୍ଭ ହୋଇଥିବା ବେଳେ ଶେଷ ତାରିଖ ୧୯ ଏପ୍ରିଲ ୨୦୨୪ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବା ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି । ତେବେ ୧୦ମ କିମ୍ବା ୧୨ଶ ପାସ୍‌ କରିଥିବା କିମ୍ବା ଗ୍ରାଜୁଏସନ କରିଥିବା ପ୍ରାର୍ଥୀ ଆବେଦନ କରିବା ଜରୁରୀ ।

ଚୟନ ପ୍ରକ୍ରିୟା :

ପ୍ରାର୍ଥୀଙ୍କ ଚୟନ ପରୀକ୍ଷା ପାସ୍‌ କରିବାକୁ ହେବ । ପରୀକ୍ଷା ତାରିଖ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.