ଇଡି ହେପାଜତରେ ରହି ସରକାରୀ ନିର୍ଦ୍ଦେଶ ଦେଲେ କେଜ୍ରିଓ୍ଵାଲ, ତିହାର ଜେଲର ଆସିଲା ପ୍ରଥମ ଅର୍ଡର

ଇଡି ହେପାଜତରେ ରହି ପ୍ରଥମ ସରକାରୀ ନିର୍ଦ୍ଦେଶ ଜାରି କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଜଳସମ୍ପଦ ବିଭାଗ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି କେଜ୍ରିୱାଲ । ଏନେଇ ମନ୍ତ୍ରୀ ଅତିଶିଙ୍କୁ ଅର୍ଡରର ନୋଟିସ୍ ପଠାଇଛନ୍ତି । ଏନେଇ ଅତିଶି ପ୍ରେସ୍ କନଫରେନ୍ସ କରିଛନ୍ତି ।

ଦିଲ୍ଲୀରେ ଏବେ ଜେଲରୁ ଚାଲିବ ସରକାର । ଇଡି ହେପାଜତରେ ରହି ପ୍ରଥମ ସରକାରୀ ନିର୍ଦ୍ଦେଶ ଜାରି କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଜଳସମ୍ପଦ ବିଭାଗ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି କେଜ୍ରିୱାଲ । ଏନେଇ ମନ୍ତ୍ରୀ ଅତିଶିଙ୍କୁ ଅର୍ଡରର ନୋଟିସ୍ ପଠାଇଛନ୍ତି । ଏନେଇ ଅତିଶି ପ୍ରେସ୍ କନଫରେନ୍ସ କରିଛନ୍ତି ।

ଗିରଫ ସତ୍ତ୍ବେ ଏଯାବତ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ନାହାନ୍ତି ଅରବିନ୍ଦ କେଜ୍ରିୱାଲ । ଏପଟେ କେଜ୍ରିୱାଲଙ୍କୁ ହାଇକୋର୍ଟରୁ ମିଳିଛି ବଡ଼ ଝଟକା । ଇଡି ଗିରଫଦାରୀ ମାମଲାରେ ତତ୍କାଳ ଶୁଣାଣି କରିବାକୁ ମନା କରିଦେଇଛନ୍ତି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ । ଏବେ ମାର୍ଚ୍ଚ ୨୭ ତାରିଖ ପରେ ହିଁ ଏହି ମାମଲାର ଶୁଣାଣି କରାଯିବ । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗିରଫ କେଜ୍ରିୱାଲଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଛି ଇଡି। ୨୮ ତାରିଖରେ କେଜ୍ରିୱାଲଙ୍କୁ ପୁଣି କୋର୍ଟରେ ହାଜର କରିବ ଇଡି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.