ସ୍ତ୍ରୀର ମୃତ୍ୟୁ ସହିନପାରି ଜୀବନ ହାରିଲା ସ୍ୱାମୀ, ଅନାଥ ହୋଇଗଲା ୩ ବର୍ଷର ଶିଶୁ କନ୍ୟା

ସ୍ତ୍ରୀ ପଛେ ପଛେ ଚାଲିଗଲେ ସ୍ବାମୀ । ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀଙ୍କ ମୃତ୍ୟୁ ପରେ ଜୀବନ ହାରିଲେ ସ୍ୱାମୀ । କୁନି ଝିଅକୁ ଘରେ ଶୁଆଇ ନିକଟସ୍ଥ ଆମ୍ବ ଗଛରେ ଝୁଲି ପଡିଲେ ସ୍ବାମୀ । ସୁନ୍ଦରଗଡ଼ ଜିଲ୍ଲା ଟେନସା ଫାଣ୍ଡି ଅନ୍ତର୍ଗତ ଜିରୋ ପୋଏଣ୍ଟ ଅଞ୍ଚଳର ଦୁଃଖଦ ଘଟଣା ।

ସୁନ୍ଦରଗଡ଼ (କେନ୍ୟୁଜ) : ସ୍ତ୍ରୀ ପଛେ ପଛେ ଚାଲିଗଲେ ସ୍ବାମୀ । ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀଙ୍କ ମୃତ୍ୟୁ ପରେ ଜୀବନ ହାରିଲେ ସ୍ୱାମୀ । କୁନି ଝିଅକୁ ଘରେ ଶୁଆଇ ନିକଟସ୍ଥ ଆମ୍ବ ଗଛରେ ଝୁଲି ପଡିଲେ ସ୍ବାମୀ । ସୁନ୍ଦରଗଡ଼ ଜିଲ୍ଲା ଟେନସା ଫାଣ୍ଡି ଅନ୍ତର୍ଗତ ଜିରୋ ପୋଏଣ୍ଟ ଅଞ୍ଚଳର ଦୁଃଖଦ ଘଟଣା ।

ଅଞ୍ଚଳର ନନ୍ଦଲାଲ ଚାମ୍ପିଆ, ଜିନେସ କାଣ୍ଡୁଲାନାଙ୍କୁ ବିବାହ କରିଥିଲେ । ସାତ ଜନମର ସାଥୀ ହେବାକୁ କଥା ଦେଇଥିଲେ । ହସଖୁସିରେ ଏକ କୁନି ଝିଅକୁ ନେଇ ଚାଲିଥିଲା ସଂସାର । ଗତ ଜାନୁଆରୀ ୨୬ ତାରିଖରେ ଅତ୍ୟଧିକ ଥଣ୍ଡା ଯୋଗୁଁ ନିଆଁ ପୁଇଁ ହେଉଥିଲେ ସ୍ତ୍ରୀ ଜିନେସ । ହଠାତ୍ ତାଙ୍କ ଦେହରେ ନିଆଁ ଲାଗି ଲାଗିଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲାର ଏକ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁର୍ଭାଗ୍ୟବଶତଃ ଗତ ୨୦ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସ୍ତ୍ରୀର ମୃତ୍ୟୁ ସହିନପାରି ପଛେ ପଛେ ଚାଲିଗଲେ ସ୍ବାମୀ ନନ୍ଦଲାଲ ।  ୩ବର୍ଷର ଶିଶୁ କନ୍ୟାକୁ ଏକୁଟିଆ କରିଦେଇ ଚାଲିଗଲେ ନନ୍ଦଲାଲ । ନିକଟସ୍ଥ ଏକ ଆମ୍ବ ଗଛରେ ରଶି ଲଗାଇ ଜୀବନ ହାରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।  ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.