ମସ୍କୋ ଆତଙ୍କୀ ଆକ୍ରମଣରେ ଦୋଷୀମାନଙ୍କୁ ଖୋଜିଖୋଜି ହତ୍ୟା କରାଯିବ, ଏପର୍ଯ୍ୟନ୍ତ ୧୫୦ ମୃତ, ୪ଜଣ ସମେତ ୧୧ ଗିରଫ

ମସ୍କୋର କନସର୍ଟ ହଲରେ ଆତଙ୍କବାଦୀଙ୍କ ଆକ୍ରମଣ ଜନିତ ମୃତ୍ୟୁସଂଖ୍ୟା ୧୫୦କୁ ବୃଦ୍ଧି ପାଇଛି । ଆତଙ୍କବାଦୀ ସଂଗଠନ ଆଇଏସଆଇଏସ-କେ ରୁଷରେ ଏହି ଆକ୍ରମଣ ଘଟାଇଥିବା ଦାବି କରିଛି । ଆକ୍ରମଣ ଘଟଣାରେ ସିଧାସଳଖ ସଂପୃକ୍ତ ୪ଜଣ ସମେତ ୧୧ଜଣଙ୍କୁ ଅଟକ କରାଯାଇଥିବା ରୁଷ ପକ୍ଷରୁ ସୂଚନା ଦିଆଯାଇଛି ।

ମସ୍କୋର କନସର୍ଟ ହଲରେ ଆତଙ୍କବାଦୀଙ୍କ ଆକ୍ରମଣ ଜନିତ ମୃତ୍ୟୁସଂଖ୍ୟା ୧୫୦କୁ ବୃଦ୍ଧି ପାଇଛି । ମୃତାହତଙ୍କ ସଂଖ୍ୟା ଆହୁରି ବଢିପାରେ । ଏଥିରେ ଶତାଧିକ ବ୍ୟକ୍ତି ଆହତ ହୋଇଛନ୍ତି । ଆତଙ୍କବାଦୀ ସଂଗଠନ ଆଇଏସଆଇଏସ-କେ ରୁଷରେ ଏହି ଆକ୍ରମଣ ଘଟାଇଥିବା ଦାବି କରିଛି । ଆକ୍ରମଣ ଘଟଣାରେ ସିଧାସଳଖ ସଂପୃକ୍ତ ୪ଜଣ ସମେତ ୧୧ଜଣଙ୍କୁ ଅଟକ କରାଯାଇଥିବା ରୁଷ ପକ୍ଷରୁ ସୂଚନା ଦିଆଯାଇଛି ।

ଏ ସମ୍ପର୍କରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ, ଦୋଷୀମାନଙ୍କୁ ଖୋଜିଖୋଜି ହତ୍ୟା କରାଯିବ । ଆକ୍ରମଣ ପାଇଁ ୟୁକ୍ରେନକୁ ସନ୍ଦେହ କରିଛି ରୁଷ । ତେବେ ୟୁକ୍ରେନ ଏହାକୁ ଖଣ୍ଡନ କରିଛି । ସେପଟେ ମସ୍କୋ ଆକ୍ରମଣରେ ୟୁକ୍ରେନର କୌଣସି ସମ୍ପୃକ୍ତି ନେଇ ସ୍ପଷ୍ଟ ସୂଚନା ନଥିବା କହିଛି ଆମେରିକା । ରୁଷରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ନେଇ ଆମେରିକା ମାସକ ପୂର୍ବରୁ ସତର୍କ କରାଇଥିଲା । ଗତ ୨ ଦଶନ୍ଧିରେ ରୁଷରେ ଏହା ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.