ପାରିବାରିକ ହିଂସାରୁ ନାରକୀୟ କାଣ୍ଡ, ପୁଅର ଟାଙ୍ଗିଆ ଚୋଟରେ ବାପା ଓ ମା’ଙ୍କ ମୃତ୍ୟୁ

କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା କାଳିକାପ୍ରସାଦ ବସିରା ଗାଁରେ ପାରିବାରିକ ହିଂସା । ସାମାନ୍ୟ ବଚସାରୁ ବାପା, ମାଆଙ୍କୁ ପୁଅ । ଘଟଣାସ୍ଥଳରେ ବାପାଙ୍କର ମୃତ୍ୟୁ ହୋଇଥିବା ବେଳେ ମାଆ ଗୁରୁତର ହୋଇଛନ୍ତି।

ଯୋଡ଼ା (କେନ୍ୟୁଜ): ପୁଅ ଭୁଲିଗଲା ମାଆର ମମତା । ପାରିବାରିକ ହିଂସାରୁ ନାରକୀୟ କାଣ୍ଡ । ପୁଅର ଟାଙ୍ଗିଆ ଚୋଟରେ ବାପା ଓ ମାଙ୍କ ମୃତ୍ୟୁ। ଚମ୍ପୁଆ ଥାନା କାଳିକାପ୍ରସାଦ ପଂଚାୟତ ବସିରା ଗାଁରେ ଘଟିଛି ଏଭଳି ଘଟଣା l ଆଜି ସକାଳରେ କୌଣସି କାରଣ ବଶତଃ ବାପା ଗୁରୁଚରଣ ମୁଣ୍ଡା ଏବଂ ପୁଅ ଧ୍ୟାନ ମୁଣ୍ଡାଙ୍କ ମଧ୍ୟରେ ପ୍ରବଳ ପାଟି ତୁଣ୍ଡ ହୋଇଥିଲା । ଉତ୍ୟକ୍ତ ହୋଇ ପୁଅ ଉଭୟ ବାପା ଓ ମାକୁ ଟାଙ୍ଗିଆରେ ହାଣି ଦେଇଥିଲା ।

ଏଥିରେ ଘଟଣାସ୍ଥଳରେ ହିଁ ବାପା ଗୁରୁଚରଣ ମୁଣ୍ଡାଙ୍କ ମୃତ୍ୟୁ ହୋଇଥିଲା । ମା ପାଲି ମୁଣ୍ଡାକୁ ଗୁରୁତର ଅବସ୍ଥାରେ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ମାଆଙ୍କର ମୃତ୍ୟୁ ହୋଇଛି । ଚମ୍ପୁଆ ଥାନା ପୋଲିସ ପୁଅକୁ ଗିରଫ କରିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.