iPhone 14 Plus ରେ ମିଳୁଛି ଦମଦାର ଡିସକାଉଣ୍ଟ, କମ୍‌ ଦାମରେ ପାଆନ୍ତୁ ବଢ଼ିଆ ଫିଚର୍ସ

iPhone 14 Plus ଏକ ପତଳା ଏବଂ ଷ୍ଟାଇଲିସ୍ ଫୋନ୍ । ଏହାର ଲମ୍ବ ୧୬୦.୮ ମିମି, ମୋଟେଇ ୭୮.୧ ମିମି ଏବଂ ମୋଟେଇ ୭.୪ ମିମି । ଏହାର ଓଜନ ୨୦୪ ଗ୍ରାମ । ଏହା ବିଭିନ୍ନ କଲର ଅପ୍ସନରେ ଆସିଥାଏ ଯେଉଁଥିରେ ଷ୍ଟାର ଲାଇଟ୍, ମିଡନାଇଟ୍ ବ୍ଲୁ, ପର୍ପଲ ରେଡ୍‌ କଲର ସାମିଲ ।

ଆଇଫୋନର ଚାହିଦା ବହୁତ ଅଧିକ । ଏହାର କ୍ୟାମେରା କ୍ୱାଲିଟି ଏତେ ଭଲ ଥାଏ ଯେ ଲୋକମାନେ ଏହି ଫୋନକୁ କିଣିବା ପାଇଁ ସବୁବେଳେ ଇଚ୍ଛା କରନ୍ତି । କିନ୍ତୁ ଏହି ଫୋନର ଦାମ୍‌ ବି ବହୁତ ଅଧିକ ରହିଛି, ତେଣୁ ଲୋକମାନେ ଏହି ଫୋନ କିଣିବାରୁ ପଛଘୁଞ୍ଚା ଦିଅନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଆଇଫୋନର ମଡେଲ ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ଆପଣଙ୍କୁ ୧୬ ପ୍ରତିଶତ ଡିସକାଉଣ୍ଟ ମିଳିବ ।

ଯଦି ଆପଣ ଆଇଫୋନ କିଣିବାକୁ ପ୍ଲାନ୍‌ କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ଖୁସି ଖବର । ବର୍ତ୍ତମାନ ଇ କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟରେ ଡିସକାଉଣ୍ଟରେ ଦମଦାର ଫିଚର୍ସ ସହିତ iPhone 14 Plus କିଣିପାରିବେ । iPhone 14 Plusରେ ୬.୭ ଇଞ୍ଚର ଡିସପ୍ଲେ , A15 ବାୟୋନିକ୍ ଚିପସେଟ୍ ସହିତ ଅନେକ ବଢ଼ିଆ ଫିଚର୍ସ ମିଳୁଛି । ତେବେ ଏହି ଫୋନ୍ ଏବଂ ଏଥିରେ କଣ ଅଫର୍ ରହିଛି ଆସନ୍ତୁ ଜାଣିବା ।

ଆପଲ୍ ର iPhone 14 Plus ର ଦାମ୍‌ ୭୯,୯୦୦ ଟଙ୍କା ଥିଲା, କିନ୍ତୁ ବର୍ତ୍ତମାନ ଏହା ଫ୍ଲିପକାର୍ଟରେ ଡିସକାଉଣ୍ଟରେ ମିଳୁଛି । ଏହି ଫୋନରେ ୧୬ ପ୍ରତିଶତ ଡିସକାଉଣ୍ଟ ଦିଆଯାଉଛି । ଡିସକାଉଣ୍ଟ ପରେ ଏହାର ମୂଲ୍ୟ ବର୍ତ୍ତମାନ ୬୬,୯୯୯ ଟଙ୍କା । ଏହା ବ୍ୟତୀତ ଏକ୍ସଚେଞ୍ଜ ଅଫରର ଲାଭ ଉଠାଇ ଗ୍ରାହକମାନେ ଏହି ଆଇଫୋନକୁ ଆହୁରି କମ୍ ମୂଲ୍ୟରେ କିଣିପାରିବେ । କିନ୍ତୁ ଏକ୍ସଚେଞ୍ଜର ଦାମ୍‌ ପୁରୁଣା ଫୋନର କଣ୍ଡିସନ୍‌ ଉପରେ ନିର୍ଭର କରେ ।

iPhone 14 Plus ଏକ ପତଳା ଏବଂ ଷ୍ଟାଇଲିସ୍ ଫୋନ୍ । ଏହାର ଲମ୍ବ ୧୬୦.୮ ମିମି, ମୋଟେଇ ୭୮.୧ ମିମି ଏବଂ ମୋଟେଇ ୭.୪ ମିମି । ଏହାର ଓଜନ ୨୦୪ ଗ୍ରାମ । ଏହା ବିଭିନ୍ନ କଲର ଅପ୍ସନରେ ଆସିଥାଏ ଯେଉଁଥିରେ ଷ୍ଟାର ଲାଇଟ୍, ମିଡନାଇଟ୍ ବ୍ଲୁ, ପର୍ପଲ ରେଡ୍‌ କଲର ସାମିଲ । ଏଥିରେ ୬ GB RAM ଏବଂ ୧୨୮ GB ରୁ ୫୧୨ GB ପର୍ଯ୍ୟନ୍ତ ଷ୍ଟୋରେଜ୍ ଅଛି ।

କ୍ୟାମେରା ବିଷୟରେ କହିବାକୁ ଗଲେ, ଏହି ଆଇଫୋନର ପଛରେ ୧୨ ମେଗାପିକ୍ସେଲ ଡୁଆଲ୍ କ୍ୟାମେରା ଏବଂ ସେଲଫି ପାଇଁ ୧୨ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଅଛି । ଏହି ଫୋନ୍ ରେ 4K ଭିଡିଓ ମଧ୍ୟ ରେକର୍ଡ କରାଯାଇ ପାରିବ । ଏହାର ବ୍ୟାଟେରୀ ମଧ୍ୟ ବହୁତ ଦମଦାର ରହିଛି । ଏଥିରେ ୪୩୫୪ mAh ବ୍ୟାଟେରୀ ଅଛି । ଏହା ବ୍ୟତୀତ ଏହା 5G କନେକ୍ଟିଭିଟିକୁ ସପୋର୍ଟ କରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.