ସମୟ ବଦଳିଛି, ହେଲେ ଏବେ ବି ଚାଲିଛି ଚାନ୍ଦବାଲିରେ ସେହି ଯନ୍ତ୍ର ଚାଳିତ ଭୁଟୁଭୁଟି

ସମୟ ବଦଳିଛି । ବଦଳିଛି ଲୋକଙ୍କର ଚାଲିଚଳଣି । ହେଲେ ଏବେ ବି ଉଦଜୀବିତ ହୋଇ ରହିଛି ଭଦ୍ରକ ଜିଲ୍ଲାର ଐତିହାସିକ ସହର ଚାନ୍ଦବାଲିର ସେହି ପୁରାତନ ସଂସ୍କୃତି ଓ ପରମ୍ପରା । କଳିଙ୍ଗର ମୁଖ୍ୟ ପ୍ରବେଶ ପଥ ତଥା ଉତ୍କଳୀୟ ନୈବାଣିଜ୍ୟର ମୁକ ସାଖୀ ହେଉଛି ପୁରାତନ ବନ୍ଦର ନଗରୀ ସହର ଚାନ୍ଦବାଲି ।

ଚାନ୍ଦବାଲି(କେନ୍ୟୁଜ): ସମୟ ବଦଳିଛି । ବଦଳିଛି ଲୋକଙ୍କର ଚାଲିଚଳଣି । ହେଲେ ଏବେ ବି ଉଦଜୀବିତ ହୋଇ ରହିଛି ଭଦ୍ରକ ଜିଲ୍ଲାର ଐତିହାସିକ ସହର ଚାନ୍ଦବାଲିର ସେହି ପୁରାତନ ସଂସ୍କୃତି ଓ ପରମ୍ପରା । କଳିଙ୍ଗର ମୁଖ୍ୟ ପ୍ରବେଶ ପଥ ତଥା ଉତ୍କଳୀୟ ନୈବାଣିଜ୍ୟର ମୁକ ସାଖୀ ହେଉଛି ପୁରାତନ ବନ୍ଦର ନଗରୀ ସହର ଚାନ୍ଦବାଲି । ଶହଶହ ବର୍ଷ ପୂର୍ବେ ଏହି ଚାନ୍ଦବାଲିରୁ ରାଜ୍ୟର କେଣ ଅନୁକୋଣ ତଥା ରାଜ୍ୟ ବାହାରକୁ ଜଳପଥରେ ଜାହାଜ ଯୋଗେ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ସହ ଅନ୍ୟାନ୍ୟ ସାମଗ୍ରୀ ରପ୍ତାନୀ ହୋଇଥାଏ । ଆଜି ବି ସେହି ପ୍ରାଚୀନ ପରମ୍ପରା , ସଂସ୍କୃତି ଓ ପ୍ରଥାକୁ ଜାବୁଡି ଧରିଛି ଚାନ୍ଦବାଲି ସହର । ସେତେବେଳ ଜଳପଥରେ ଜାହାଜ ମାନଙ୍କରେ ମାଲ ପରିବହନ କରାଯାଉଥିବା ବେଳେ ଆଜି ବି ସେହି ପରମ୍ପରାକୁ ଉଦଜୀବିତ କରି ରଖିଛି ଯନ୍ତ୍ର ଚାଳିତ ଭୁଟୁଭୁଟି ।

ଭଦ୍ରକ ଜିଲ୍ଲାର ଐତିହାସିକ ପୁରାତନ ବନ୍ଦର ନଗରୀ ସହର ଚାନ୍ଦବାଲି । କୃଷି ଓ ନୈବାଣିଜ୍ୟର ପେଣ୍ଠ ସ୍ଥଳୀ ମଧ୍ୟ । ଦିନ ଥିଲା ଏହି ଚାନ୍ଦବାଲିରୁ ଜଳପଥରେ ରାଜ୍ୟର କୋଣ ଅନୁକୋଣକୁ ମାଲ ପରିବହନ କରାଯାଉଥିଲା । ବଡ ବଡ ଜାହାଜ ଲାଗୁଥିଲା ଚାନ୍ଦବାଲିରେ । ଖାଲି ଯେ ଖାଦ୍ୟ ସାମଗ୍ରୀ ପରିବହନ କରାଯାଉଥିଲା ତାହା ନୁହେଁ । ଗମନାଗମନର ମୁଖ୍ୟ ପାଲଟିଥିଲା ଏହି ଜଳପଥ । ଜଳପଥରେ ଚାନ୍ଦବାଲିରୁ ଧାମରା, ଆରଡି , କେନ୍ଦ୍ରାପଡା ଜିଲ୍ଲାର ଡାଙ୍ଗମାଳ , ତାଳଚୁଆ ଏମିତି ଅନେକ ଜିଲ୍ଲାକୁ ସଂଯୋଗ କରୁଥିଲା ।

ଐତିହାସିକ ପୁରାତନ ବନ୍ଦର ନଗରୀ ସହରରେ ଏବେ ବି ଦେଖିବାକୁ ମିଳେ ବିଟ୍ରିଶ ଅମଳର କିଛି ସାମଗ୍ରୀ । ଯାହାକୁ ଦେଖିଲେ ଜଣାଯାଏ ବ୍ରିଟିଶ ଅମଳରେ ଚାନ୍ଦବାଲିର ଗୁରୁତ୍ଵ ଅନେକ ଥିଲା । ଆଜି ବି ଚାନ୍ଦବାଲିର ନେହେରୁ ପାର୍କରେ ଶୋଭାଯାଉଛି ବ୍ରିଟିଶ ଅମଳର ସେହି ତୋପ । ତାହାସହ ବଡ ବଡ ଜାହାଜକୁ ଅଟକାଇ ରଖିବା ପାଇଁ ବ୍ୟବହାର କରାଯାଉଥିବା ଲଙ୍ଗର , ବୟାଁ ଓ ପାଖାପାଖି ପଚାଶ ଟନ୍ ଓଜନର ଲୁହା କଡି । ଚାନ୍ଦବାଲିର ପୁରାତନ ସଂସ୍କୃତି ଓ ପରମ୍ପରାକୁ ନେଇ ଗର୍ବ ଅନୁଭାବ କରନ୍ତି ଚାନ୍ଦବାଲି ବାସୀମାନେ ।

ଚାନ୍ଦବାଲିର ପୁରାତନ ସଂସ୍କୃତି ଓ ପରମ୍ପରାକୁ ଖୋଲିଲେ ଜଣାପଡେ ଚାନ୍ଦବାଲିରୁ ବାହାରକୁ ଚାଉଳ ସହ ବିଭିନ୍ନ ପ୍ରକାରର ମାଲ ରପ୍ତାନ୍ତି କରାଯାଇଥାଏ । ତଅପୋଇ ଅମଳର ସେହି ନୈବାଣିଜ୍ୟ କାରବାରର ପରମ୍ପରାକୁ ଉଦଜାବିତ କରିବାକୁ ଯାଇ ଆଜି ବି ଚାନ୍ଦବାଲିରୁ ଜଳପଥରେ ଧାମରା , ଡାଙ୍ଗମାଳ , ତାଳଚୁଆ ,ନଳିତାପାଟିଆ ଆରଡି ଆଦି ଅଂଚଳକୁ ମାଲ ପରିବହନ ହେଇଛି । ସେତେବେଳେ ବଡ ବଡ ଜାହାଜ ଲାଗୁଥିଲା କିନ୍ତୁ ଏବେ ମାତ୍ର ୧୦ରୁ ୧୫ଗୋଟି ଯନ୍ତ୍ରଚାଳିତ ଭୁଟୁଭୁଟିରେ କରାଯାଉଛି ମାଲ ପରିବହନ । ଯାହାଦ୍ଵାରା ଚାନ୍ଦବାଲିର ସମ୍ପର୍କ ମଧ୍ୟ ସୁଦୃଢ ହେଉଛି ବାହାରେ । ସପ୍ତାହର ଦୁଇ ଦିନ ଯାହା କି ହାଟବାରି ଗୁରବାର ଓ ରବିବାର ଦିନରେ ଭୁଟୁଭୁଟି ଆସି ଶାସ୍ତ୍ରି ଘାଟରେ ଲାଗିଥାଏ ।

ଏପଟେ ଚାନ୍ଦବାଲିରୁ ବିଭିନ୍ନ ପ୍ରକାରର ଶୁଖିଲା ଖାଦ୍ୟ ସାମଗ୍ରୀ , ପନିପରିବା , ଫଳ ସମେତ ଘରକରଣା ସାମଗ୍ରୀ ସବୁ ଯାଇଥାଏ । ଏବେ ବି ଚାନ୍ଦବାଲିରେ ଥିବା ଲଞ୍ଚ ଘାଟରୁ ଧାମରା , ତାଳଚୁଆ ଓ ଡାଙ୍ଗମାଳକୁ ଯାତ୍ରୀମାନେ ଲଞ୍ଚ ଯୋଗେଯାଇଥାନ୍ତି । ତେବେ ଯେଉଁ ଭୁଟୁଭୁଟି ଆସୁଛି ମାଲ କାରବାର କରିବାକୁ ସେଥିପାଇଁ ଏକ ଜେଟିର ଆବଶ୍ୟକତା ଥିବା ବେଳେ ତାହା ହୋଇନାହିଁ । ତେଣୁ ଭୁଟୁଭୁଟିକୁ ମାଲ ଉଠାଇବା ପାଇଁ ବହୁ କଷ୍ଟ ହେଉଥିବା କର୍ମଚାରୀ ଅଭିଯୋଗ କରିଥିବାବେଳେ, ଶାସ୍ତ୍ରୀ ଘାଟ ଠାରେ ଏକ ଜେଟି ସୁବିଧା ହେଲେ ଅଧିକ ସଂଖ୍ୟକ ଭୁଟୁଭୁଟି ଆସିପାରନ୍ତା ବୋଲି ସେମାନେ କହିଛନ୍ତି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.