ଷ୍ଟାଡିୟମ୍‌ରେ ଦର୍ଶକଙ୍କ ସମ୍ମୁଖରେ ସିଗାରେଟ୍ ଟାଣୁଥିଲେ ଶାହାରୁଖ୍ ଖାନ୍, ଭାଇରାଲ ହେଉଛି ଭିଡିଓରେ

ଆଇପିଏଲ୍ ମ୍ୟାଚ୍ ସମୟରେ ଶାହାରୁଖ୍ ଖାନ୍ ଖୋଲାଖୋଲି ଧୂମପାନ କରୁଥିବା ଦେଖିବାକୁ ମିଳିଛି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ସୋସିଆଲ ମିଡିଆରେ ଶାହାରୁଖଙ୍କ ଏହି କାମକୁ ନେଇ ଫ୍ୟାନ୍ସ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

କେକେଆର ଏବଂ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ କିଙ୍ଗ ଖାନ ଶାହରୁଖ ଖାନ ଖୋଲାଖୋଲି ଧୂମପାନ କରୁଥିବା ଦେଖିବାକୁ ମିଳିଛି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ସୋସିଆଲ ମିଡିଆରେ ଶାହାରୁଖଙ୍କ ଏହି କାମକୁ ନେଇ ଫ୍ୟାନ୍ସ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଭିଡିଓରେ ଏପରି ଦେଖିବାକୁ ମିଳିଛି, ଯେ ଶାହାରୁଖ ଷ୍ଟାଡିୟମରେ ଭିଆଇପି ବାକ୍ସ ଭିତରେ ଧୂମପାନ କରୁଥିଲେ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ମ୍ୟାଚ ସମୟରେ ତାଙ୍କ ଏପରି କାମ ପାଇଁ ଅନେକ ୟୁଜର ତାଙ୍କୁ ଟ୍ରୋଲ କରୁଛନ୍ତି । ତେବେ PSL ୨୦୨୪ ଫାଇନାଲ୍ ସମୟରେ ଏପରି ଏକ ଘଟଣା ଘଟିଥିଲା ଯେତେବେଳେ ଇମାଦ୍ ୱାସିମ୍ ଡ୍ରେସିଂ ରୁମ୍ ଭିତରେ ସିଗାରେଟ୍ ଟାଣୁଥିବାର ଦେଖିବାକୁ ମିଳିଥିଲା ।

ମ୍ୟାଚ୍ ବିଷୟରେ କହିବାକୁ ଗଲେ, ଏହି ମ୍ୟାଚ୍‌ରେ କୋଲମାତା ନାଇଟ୍‌ ରାଇଡର୍ସ ସନରାଇଜର୍ସ ହାଇଦ୍ରାବାଦକୁ ମାତ୍ର ୪ ରନ୍‌ରେ ହରାଇଛି । ୧୭ ଓଭରରେ ସନରାଇଜର୍ସ ହାଇଦ୍ରାବାଦର ସ୍କୋର ୫ ୱିକେଟ୍‌ରେ ୧୪୯ ରନ୍ ହୋଇଥିଲା । ଜିତିବା ପାଇଁ ସେମାନଙ୍କୁ ୧୮ ବଲରେ ୬୦ ରନ୍ ଆବଶ୍ୟକ ଥିଲା, କିନ୍ତୁ ମ୍ୟାଚ୍ ସେମାନଙ୍କ ହାତରେ ନଥିଲା, ହେଲେ ପରବର୍ତ୍ତୀ ୩ ଓଭରରେ କ୍ଲାସେନ୍ ୬ଟି ଛକା ଏବଂ ଶାହାବାଜ ଦୁଇଟି ଛକା ମାରିଥିଲେ । ଏପରି ଭାବେ ତାଙ୍କ ଦଳକୁ ବିଜୟର ନିକଟତର କରିଥିଲେ । ଏପରି ଭାବେ ୧୯ ଓଭର ସ୍କୋର ୫ ୱିକେଟ୍‌ରେ ୧୯୬ ରନ୍ ହୋଇଥିଲା ଏବଂ ଜିତିବା ପାଇଁ ୬ ଟି ବଲରେ ୧୩ ରନ୍ ଆବଶ୍ୟକ ଥିଲା, ଯାହା ଆରାମରେ ସ୍କୋର କରାଯାଇ ପାରିଥାନ୍ତା । କିନ୍ତୁ ଏପରି ହୋଇନଥିଲା । ଯାହାଫଳରେ ସନରାଇଜର୍ସ ହାଇଦ୍ରାବାଦ ହାରିଯାଇଥିଲା ।

ସୂଚନା ମୁତାବକ, ଶାରୁଖାନ୍‌ଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ସେ ଗତ ବର୍ଷ ତାଙ୍କ ଫିଲ୍ମ ଜରିଆରେ ବକ୍ସ ଅଫିସ୍‌ରେ ବହୁତ ଭଲ ରୋଜଗାର କରିଥିଲେ । ତାଙ୍କ ଫିଲ୍ମ ‘ପଠାନ’, ‘ଜବାନ୍‌’ ଏବଂ ‘ଡଙ୍କି’ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା । ଏହି ସବୁ ଫିଲ୍ମ ଜରିଆରେ ଶାରୁଖାନ୍‌ ଦର୍ଶକଙ୍କ ମନ ଜିତିଛନ୍ତି । ଶାରୁଖାନ୍‌ ନିଜର ଫିଲ୍ମ ବ୍ୟତୀତ ମଧ୍ୟ ତାଙ୍କର ଅନେକ ଅନ୍ୟାନ୍ୟ କାମ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି । ଏବେ ମଧ୍ୟ ଏହି ମ୍ୟାଚ୍‌ରେ ଧୂମପାନ କରିବା ଯୋଗୁ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି । ଏହି ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଆକାଉଣ୍ଟ Princeରେ ସେୟାର କରାଯାଇଛି । ଏହି ଆକାଉଣ୍ଟ ବ୍ୟତୀତ ଭିଡିଓଟି ଅନେକ ଅନ୍ୟ ସବୁ ଆକାଉଣ୍ଟରେ ମଧ୍ୟ ସେୟାର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.