ମୟଙ୍କଙ୍କୁ ଫ୍ଲାଇଂ କିସ୍‌ କରିବା ହର୍ଷିତଙ୍କୁ ପଡିଲା ମହଙ୍ଗା, କଟିଲା ୬୦ ପ୍ରତିଶତ ମ୍ୟାଚ୍‌ ଫି

ହର୍ଷିତ ରାଣା ଉପରେ ଆଇପିଏଲ ଆଚାର ସଂହିତା ଉଲ୍ଲଙ୍ଘନ କରିବା ପାଇଁ ମ୍ୟାଚ ଫିର ୬୦ ପ୍ରତିଶତ ଜରିମାନା ଲାଗିଛି । ଆଇପିଏଲ ଆଚାର ସଂହିତା ଅନୁଚ୍ଛେଦ ୨.୫ ଅନୁଯାୟୀ ଗୋଟିଏ କିମ୍ବା ୨ଟି ଅପରାଧ କରନ୍ତୁ, ସେଥିପାଇଁ ମ୍ୟାଚର ୧୦ ପ୍ରତିଶତ ଏବଂ ୫୦ ପ୍ରତିଶତ ଜରିମାନା ଲାଗିବ ।

ଆଇପିଏଲ୍‌ ୨୦୨୪ରେ କୋଲକତା ନାଇଟ ରାଇଡର୍ସ ଠାରୁ ସନରାଇଜର୍ସ ହାଇଦ୍ରାବାଦ ମାତ୍ର ୪ ରନରେ ପରାଜୟ ଗ୍ରହଣ କରିଛି । ଏହି ମ୍ୟାଚରେ କୋଲକତା ନାଇଟ ରାଇଡର୍ସର ଖେଳାଳି ହର୍ଷିତ ରାଣା କମାଲ ପ୍ରଦର୍ଶନ କରିଛନ୍ତି । ସେ ଶେଷ ଓଭରେ ୧୩ ରନ୍‌ ରିଫେଣ୍ଡ କରି କୋଲକତାକୁ ବିଜୟ ଦେଇଛନ୍ତି । କିନ୍ତୁ ଏହି ମ୍ୟାଚରେ ହର୍ଷିତ ରାଣାଙ୍କ ଦୁଇଟି ଭୁଲ୍‌ ଯୋଗୁଁ ଜରିମାନା ଲାଗିଛି ।

ହର୍ଷିତ ରାଣା ଉପରେ ଆଇପିଏଲ ଆଚାର ସଂହିତା ଉଲ୍ଲଙ୍ଘନ କରିବା ପାଇଁ ମ୍ୟାଚ ଫିର ୬୦ ପ୍ରତିଶତ ଜରିମାନା ଲାଗିଛି । ଆଇପିଏଲ ଆଚାର ସଂହିତା ଅନୁଚ୍ଛେଦ ୨.୫ ଅନୁଯାୟୀ ଗୋଟିଏ କିମ୍ବା ୨ଟି ଅପରାଧ କରନ୍ତୁ, ସେଥିପାଇଁ ମ୍ୟାଚର ୧୦ ପ୍ରତିଶତ ଏବଂ ୫୦ ପ୍ରତିଶତ ଜରିମାନା ଲାଗିବ । ଯେହେତୁ ହର୍ଷିତ ୨ଟି ଭୁଲ୍‌ କରିଛନ୍ତି, ସେଥିପାଇଁ ତାଙ୍କର ୬୦ ପ୍ରତିଶତ ମ୍ୟାଚ ଫି ଜରିମାନା ଲାଗିଛି । ତେବେ ହର୍ଷିତ ନିଜର ୨ଟି ଅପରାଧକୁ ସ୍ୱୀକାର କରିବା ସହିତ ରେଫରୀଙ୍କ ଦଣ୍ଡ ମଧ୍ୟ ସ୍ୱୀକାର କରିଛନ୍ତି ।

ହର୍ଷିତ ରାଣା ସନରାଇଜର୍ସ ହାଇଦ୍ରାବାଦର ଓପନର ମୟଙ୍କ ଅଗ୍ରଓ୍ଵାଲଙ୍କୁ ଏକ ବାଉନ୍ସର ବଲ ପକାଇଥିଲେ । ଏହାକୁ ମୟଙ୍କ ଖେଳିଥିଲେ । କିନ୍ତୁ ଏହି ବଲରେ ରିଙ୍କୁ ସିଂ ବଢିଆ କ୍ୟାଚ ଧରିଥିଲେ । ଏହାପରେ ହର୍ଷିତ ମୟଙ୍କଙ୍କ ଆଡକୁ ଅନଲାଇ ଫ୍ଲାଇଂ କିସ୍‌ ଦେଇଥିଲେ । ଏହାପରେ ମୟଙ୍କ ଅଗ୍ରଓ୍ଵାଲ ପ୍ୟାଭିଲିୟନ ଫେରିଥିଲେ, କିଛି କହିନଥିଲେ । ତେବେ ଆଇପିଏଲ-୨୦୨୪ରେ କୋଡ ଅଫ୍ କଣ୍ଡକ୍ଟ ଭାଙ୍ଗିବା ମାମଲାରେ ଏହା ପ୍ରଥମ ଘଟଣା ହୋଇଛି । କୋଲକାତା ନାଇଟ ରାଇଡର୍ସର ହର୍ଷିତ ରାଣା ଏହାର ଶିକାର ହୋଇଥିବା ବେଳେ ତାଙ୍କ ମ୍ୟାଚ୍ ଫି’ର ୬୦% ଜରିମାନା ଲାଗୁ ହୋଇଛି । ଏହି ମ୍ୟାଚରେ ହର୍ଷିତ ୪ ଓଭରରେ ୩୩ ରନ୍ ଦେଇ ୩ଟି ୱିକେଟ ହାସଲ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.