ଲକ୍ଷ୍ମଣନାଥ ଟୋଲ ଗେଟ୍ ନିକଟରେ ଦୁର୍ଘଟଣା: ତୀର୍ଥଯାତ୍ରୀ ବସ୍ ପଛପଟକୁ ଧକ୍କା ଦେଲା କଣ୍ଟେନର, ୭ଗୁରୁତର

ଜଳେଶ୍ବର(କେନ୍ୟୁଜ୍): ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ। ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲ ଗେଟ୍ ନିକଟରେ ଏହି ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି।  ଦୁର୍ଘଟଣାରେ ୭ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବାବେଳେ, ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ଯରେ ବାଲେଶ୍ବର ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

ସୂଚନା ଅନୁଯାୟୀ ପଶ୍ଚିମବଙ୍ଗରୁ ଜୟବାବା ନାମକ ଏକ ଘରୋଇ ବସ୍ ୫୦ ଜଣ ଯାତ୍ରୀ ନେଇ ପୁରୀ ଅଭିମୁଖେ ଯାଉଥିବା ବେଳେ ଲକ୍ଷ୍ଣଣନାଥ ଟୋଲ ଗେଟ୍ ନିକଟରେ ଦ୍ରୂତଗତିରେ ଏକ କଣ୍ଟେନର ଆସି ବସ୍ କୁ ପଛପଟୁ ଧକ୍କା ଦେଇଥିଲା। ଯାହା ଫଳରେ ୭ଜଣ ତୀର୍ଥଯାତ୍ରୀ ଗୁରୁତର ହୋଇଛନ୍ତି।  ଏନେଇ ଖବର ପାଇ ଜଳେଶ୍ବର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.