ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଦାରିଙ୍ଗବାଡି, ଶୀତଋତୁରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି । ଏଠାରେ ଘନ କୁହୁଡ଼ି ସାଙ୍ଗକୁ ଶୀତର ମଜା ନେଉଛନ୍ତି ପର୍ଯ୍ୟଟକ। ଫୁଲବାଣୀରେ ୧୧ ଡିଗ୍ରୀ ଥିବାବେଳେ ଦାରିଙ୍ଗବାଡ଼ି ରେ ୯ଡିଗ୍ରୀ ଭିତରେ ରହୁଛି ତାପମାତ୍ରା । ଶୀତଋତୁରେ ଦାରିଙ୍ଗବାଡ଼ିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ଏଠିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ।

କନ୍ଧମାଳ (କେନ୍ୟୁଜ): ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି । ଏଠାରେ ଘନ କୁହୁଡ଼ି ସାଙ୍ଗକୁ ଶୀତର ମଜା ନେଉଛନ୍ତି ପର୍ଯ୍ୟଟକ। ଫୁଲବାଣୀରେ ୧୧ ଡିଗ୍ରୀ ଥିବାବେଳେ ଦାରିଙ୍ଗବାଡ଼ି ରେ ୯ଡିଗ୍ରୀ ଭିତରେ ରହୁଛି ତାପମାତ୍ରା । ଶୀତଋତୁରେ ଦାରିଙ୍ଗବାଡ଼ିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ଏଠିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ତେବେ ଘନ କୁହୁଡ଼ି ପାଇଁ ଯାତାୟତରେ ବାଧାପ୍ରାପ୍ତ ହେଉଛି ।

ଦିନତମାମ କୋହଲା ପବନ ପ୍ରବାହ, ସନ୍ଧ୍ୟାରୁ ପରଦିନ ସକାଳ ୯ଟା ପର୍ଯ୍ୟନ୍ତ ହାଡ଼କୁ ଥରାଇ ଦେଉଥିବା ଥଣ୍ଡା ଓଡ଼ିଶାରେ ହିମାଳୟ ପାର୍ବତ୍ୟାଞ୍ଚଳର ଅନୁଭୂତି ଆଣି ଦେଉଛି। ଅସହ୍ୟ ଥଣ୍ଡା ଯୋଗୁଁ ଜନଜୀବନ ପ୍ରଭାବିତ ହେଉଛି। ଲୋକଙ୍କ କାମ କରିବା ସମୟ ହ୍ରାସ ପାଇଯାଇଛି। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଜାଡ଼ର ପ୍ରକୋପ ଅଧିକ। ଚା’ ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି ତ ଲୋକେ ଶରୀରକୁ ଫିଟ୍ ରଖିବା ପାଇଁ ସକାଳୁଆ ଚାଲି ଓ ଦୌଡ଼କୁଦର ଆଶ୍ରୟ ନେଉଥିବା ଦେଖିବାକୁ ମିଳୁଛି। ଦାରିଙ୍ଗବାଡ଼ିରେ ରାଜ୍ୟ ସରକାରଙ୍କ ଇକୋ- ରିଟ୍ରିଟ୍ ଏଥର ଅଧିକ ଶୀତ ଯୋଗୁଁ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରୁଛି। ଅଞ୍ଚଳର ସମସ୍ତ ଲଜିଂ, ଅତିଥି ଭବନ, ଡାକ ବଙ୍ଗଳା, ଷ୍ଟେ ହୋମ୍ ଏବେ ଆଗନ୍ତୁକଙ୍କ ରହଣିରେ ଭରପୁର ହୋଇଯାଇଛି। ତଥାପି ଏଠାକୁ ପର୍ଯ୍ୟଟକଙ୍କ ଆଗମନ ଆଗକୁ ନୂଆ ବର୍ଷ ବେଳକୁ ଆହୁରି ବୃଦ୍ଧି ପାଇବା ଆଶା କରୁଛନ୍ତି ଅଞ୍ଚଳବାସୀ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.