ଓଲଟି ପଡ଼ିଲା ବିଦ୍ୟୁତ୍ ଖୁଣ୍ଟି ବୋଝେଇ ଟ୍ରାକ୍ଟର, ଚାଳକ ମୃତ ଓ ୬ ଜଣ ଆହତ

ପାରଳାଖେମୁଣ୍ଡି (କେନ୍ୟୁଜ): ବିଦ୍ୟୁତ୍ ଖୁଣ୍ଟି ନେଇ ଯାଉଥିବା ଏକ ଟ୍ରାକ୍ଟର ଓଲଟି ପଡ଼ିବା ଫଳରେ ଜଣକର ମୃତ୍ୟୁ ହୋଇଛି ଏବଂ ୬ ଜଣ ଆହତ ହୋଇଛନ୍ତି । ଗଜପତି ଜିଲ୍ଲା ରାମଗିରି ଥାନା ନିକଟ ରାୟଗଡ଼ ବ୍ଲକ ଅନ୍ତର୍ଗତ ବୋଲଡା ଛକ ଠାରେ ଏହି ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ଟ୍ରାକ୍ଟର ଚାଳକ ମୃତ୍ୟୁ ହୋଇଛି । ମୃତକ ଜଣକ ବାଲଡି ଗ୍ରାମର ମଣ୍ଟୁ ପ୍ରଧାନ ।

ବିଦ୍ୟୁତ ଖୁଣ୍ଟି ବୋଝେଇ ଟ୍ରାକ୍ଟରଟି ବଡ଼ପୁତାର ଗ୍ରାମରୁ ଛଅ ଜଣ ଶ୍ରମିକଙ୍କୁ ନେଇ ମଣ୍ଡଳସାହି ଗ୍ରାମ ଠାରୁ ଲୋବା ଯାଉଥିଲା । ଏହି ସମୟରେ ଟ୍ରାକ୍ଟରଟି ବୋଲଡାଗୁମ୍ମା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଥିଲା । ଟ୍ରାକ୍ଟର ତଳେ ସାତ ଜଣ ଚାପି ହୋଇ ରହିଥିବା ବେଳେ ସ୍ଥାନୀୟ ଲୋକ ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ରାମଗିରି ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ଟ୍ରାକ୍ଟର ଚାଳକଙ୍କୁ ମୃତ ଘୋଷଣା କରିଥିଲେ ।

ଆହତ ଥିବା ଛଅ ଜଣକ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଜଣକୁ ବ୍ରହ୍ମପୁର ବଡ଼ ମେଡିକାଲ ଓ ଅନ୍ୟ ଦୁଇ ଗୁରୁତରଙ୍କୁ ଜିଲ୍ଲା ଚିକତ୍ସାଳୟ ପାରଳାଖେମୁଣ୍ଡିକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ରାମଗିରି ପୋଲିସ ପହଞ୍ଚି ତଦନ୍ତ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିବା ରାମଗିରି ଥାନା ଅଧିକାରୀ ବିକାଶ କୁମାର ସେଠି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.