Below header

ବାତ୍ୟା ଫନିକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ୧୦ଟି ଟ୍ରେନ୍‌କୁ ବାତିଲ କରିଛି ଇଷ୍ଟକୋଷ୍ଟ ରେଲୱେ

କେ ନ୍ୟୁଜ୍‌: ବାତ୍ୟା ଫନିକୁ ଦୃଷ୍ଟିରେ ରଖି ରାଜ୍ୟରେ ଟ୍ରେନ୍‌ ସେବା ବନ୍ଦ । ଆଉ ୧୦ଟି ଟ୍ରେନ୍‌କୁ ବାତିଲ କରିଛି ଇଷ୍ଟକୋଷ୍ଟ ରେଲୱେ । ଆଜି ୭ଟି ଟ୍ରେନ୍‌କୁ ବାତିଲ କରାଯାଇଥିବା ବେଳେ ଆସନ୍ତାକାଲି ପାଇଁ ଗୋଟିଏ ଟ୍ରେନ୍‌, ୬ ତାରିଖ ପାଇଁ ଗୋଟିଏ ଟ୍ରେନ୍‌ ଏବଂ ୭ ତାରିଖ ପାଇଁ ଗୋଟିଏ ଟ୍ରେନ୍‌କୁ ବାତିଲ କରାଯାଇଛି । ୩ ତାରିଖ ପାଇଁ ଆନନ୍ଦ ବିହାରରୁ ପୁରୀକୁ ଯିବାକୁ ଥିବା ନିଳାଚଳ ଏକ୍ସପ୍ରେସ୍‌, ଆନନ୍ଦ ବିହାରରୁ ଭୁବନେଶ୍ୱରକୁ ଓଡ଼ିଶା ସମ୍ପର୍କକ୍ରାନ୍ତି, ଦିଲ୍ଲୀରୁ ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍‌, ଦିଲ୍ଲୀରୁ ପୁରୀ-ପୁରୁଷୋତ୍ତମ ଏକ୍ସପ୍ରେସ୍‌କୁ ବାତିଲ କରାଯାଇଛି । ପୂର୍ବରୁ ବାତ୍ୟା ଯୋଗୁଁ ୧୪୭ଟି ଟ୍ରେନ୍‌ ବାତିଲ୍‌ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.