ବାହାନଗା ଟ୍ରେନ୍‌ ଟ୍ରାଜେଡିର ଆଜି ଗ୍ରାଉଣ୍ଡରେ ସରଜମିନ ତଦନ୍ତ କରିଛି ସିବିଆଇ

ବାହାନଗା ଟ୍ରେନ୍‌ ଟ୍ରାଜେଡିର କାରଣ କଣ ? ଆଜି ଗ୍ରାଉଣ୍ଡରେ ସରଜମିନ ତଦନ୍ତ କରିଛି ସିବିଆଇ । ଆଜି ଦୁର୍ଘଟଣାସ୍ଥଳରେ ଖୋଳତାଡ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ୫ ଜଣିଆ ଟିମ୍‌ । ଏଥିସହ ବାହାନଗା ଷ୍ଟେସନ ଓ ସିଗନାଲ୍‌ ରୁମ୍‌, କଣ୍ଟ୍ରୋଲ ରୁମରେ ତନାଘନା ତଦନ୍ତ କରିଛନ୍ତି । ଯିଏ ଡ୍ୟୁଟିରେ ଥିଲେ ସେମାନଙ୍କୁ ରିଲେ ରୁମରେ ପଚରାଉଚରା କରିଛନ୍ତି ।

ରିଲେ ରୁମ୍‌ ସାମନାରେ ଥିବା ଟ୍ରାକକୁ ଯାଞ୍ଚ କରିଥିଲେ । ସେହିପରି ଷ୍ଟେସନ୍‌ ମ୍ୟାନେଜର ରୁମରେ ୧୦-୧୫ ମିନିଟ୍‌ ପ୍ୟାନେଲ୍‌ ବୋର୍ଡ ଯାଞ୍ଚ କରିଛନ୍ତି । ସିନିୟର ଷ୍ଟେସନ ମ୍ୟାନେଜରଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲେ ସିବିଆଇ ଅଧିକାରୀ ।

ବାହାନଗା ବଜାର ଷ୍ଟେସନରେ ପାଖାପାଖି ଦୁଇ ଘଣ୍ଟା ତନାଘନା ପରେ ଫେରିଥିଲେ । ପ୍ରାଥମିକ ତଦନ୍ତରୁ ଟ୍ରେନ୍‌ ଟ୍ରାଜେଡି ପଛରେ ଷଡ୍‌ଯନ୍ତ୍ର ଦିଗ ସାମନାକୁ ଆସିଛି । ଦୁର୍ଘଟଣାର କାରଣ ଓ କିଏ ଦାୟୀ ସେମାନଙ୍କୁ ଧରିବ ସିବିଆଇ ।

ପ୍ରଶ୍ନ ଉଠୁଛି, ଟ୍ରେନ୍‌ ଦୁର୍ଘଟଣା ପଛରେ ବଡ଼ ଷଡ଼ଯନ୍ତ୍ର ନା ଚରମ ଦାୟିତ୍ୱହୀନତା ? ଦୁର୍ଘଟଣା ନା ଜାଣିଶୁଣି କେହି କରମଣ୍ଡଳକୁ ଦୁର୍ଘଟଣା ମୁହଁକୁ ଠେଲିଦେଲା ? ଇଣ୍ଟରଲକିଂ ସିଷ୍ଟମକୁ ପରିବର୍ତ୍ତନ ହେଲା କେମିତି ? ଯଦି ଷଡ୍‌ଯନ୍ତ୍ର କିଏ ସେହି ଷଡ୍‌ଯନ୍ତ୍ରକାରୀ ? ସିବିଆଇର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ସ୍ପଷ୍ଟ ହେବ ଦୁର୍ଘଟଣା ପଛର ପ୍ରକୃତ କାରଣ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.