ପୁଣି ଜୁନ୍‌ ମାସ ଓ ବିରାଶାଳ ଏୟାରଷ୍ଟ୍ରିପ୍ ପୁଣି ବିମାନ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ପାଇଲଟ୍‌

କାମାକ୍ଷାନଗର(କେନ୍ୟୁଜ୍): ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଅନ୍ତର୍ଗତ ବିରାଶାଳ ବିମାନ ଉଡାଣ କେନ୍ଦ୍ରରେ ପୁଣି ଅଘଟଣ । ଦୁର୍ଘଟଣାର ଶିକାର ହେଲା ଟ୍ରେନି ବିମାନ ଆଉ ଅଳ୍ପକେ ବର୍ତ୍ତିଗଲେ ତାଲିମ ନେଉଥିବା ପାଇଲଟ ଛାତ୍ର । ସୂଚନା ଅନୁସାରେ ବିମାନଟି ରନୱେରେ ଗଡୁଥିବା ବେଳେ ରାସ୍ତା ତଳକୁ ଖସି ଯାଇଥିଲା ଆଉ ଡ୍ରେନରେ ମାଡ଼ ହୋଇ ଯାଇଥିଲା।
ଫଳରେ ବିମାନରେ ଥିବା ପାଇଲଟ ଛାତ୍ର ଜଣଙ୍କ ଆହତ ହୋଇଥିବା ସୂଚନା ରହିଛି । ଛାତ୍ରଙ୍କ ନାଁ କରଣ ମଲ୍ଲିକ (୨୪ବର୍ଷ) । ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଆସି ତାଙ୍କୁ ଉଦ୍ଧାର କରି ବିରାଶାଳ ମେଡିକାଲରେ ଚିକିତ୍ସା କରାଇଥିବା ଜଣା ପଡ଼ିଛି । ୨ବର୍ଷ ତଳେ ଗତ ୨୦୨୦ ଜୁନ ୮ରେ ବି ଏଠାରେ ବିମାନ ଦୁର୍ଘଟଣା ହୋଇ ଥିଲା । ଏଥିରେ ଜଣେ ପାଇଲଟଙ୍କ ସମେତ ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଏବେ ପୁଣି ଏହି ଦୁର୍ଘଟଣା ଏଠାକାର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.