ଆଜି ସାତକୋଶିଆରେ ସୁନ୍ଦରୀକୁ କରାଯିବ ଟ୍ରାଙ୍କୁଲାଇଜ୍

ଅନୁଗୁଳ(କେନ୍ଯୁଜ୍) : ସାତକୋଶିଆ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲରେ ବାଘୁଣୀ ସୁନ୍ଦରୀକୁ ଖୋଜା ଚାଲିଛି । ଆଜି ତାକୁ ଟ୍ରାଙ୍କୁଲାଇଜ୍ କରାଯିବ । ସୁନ୍ଦରୀଙ୍କୁ ଧରିବା ପାଇଁ ସାତକୋଶିଆରେ ୪ଟି ବିଶେଷଜ୍ଞ ଟିମ୍ ନିୟୋଜିତ ହୋଇଛନ୍ତି । ଏଥିରେ ସାମିଲ ଅଛନ୍ତି ଓୟୁଏଟି, ଶିମିଳିପାଳ ଓ ନନ୍ଦନକାନନରୁ ଆସିଥିବା ଟ୍ରାଙ୍କୁଲାଇଜର୍ ବିଶେଷଜ୍ଞ ।
ଜିପିଏସ୍ ରାଡାର୍ ମାଧ୍ୟମରେ ଜଣାପଡ଼ିଛି ଯେ, ସୁନ୍ଦରୀ ବର୍ତ୍ତମାନ ପୁରୁଣାକୋଟ ରେଞ୍ଜ ଅନ୍ତର୍ଗତ କୁମୁରି ନିକଟ ଜଙ୍ଗଲରେ ବୁଲାବୁଲି କରୁଛି । ସୁବିଧା ଦେଖି ତାକୁ ନିଶ୍ଚେତକ କରାଯିବ । ଏହାପରେ ତାକୁ ଏନକ୍ଲୋଜରରେ ରଖାଯିବ । ବାଘୁଣୀ ଟାଇଁସି ଗାଁରେ ଜଣଙ୍କୁ ମାରି ଦେଇଥିବା ଅଭିଯୋଗ ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ତେଜିଛି । ସୁନ୍ଦୀରକୁ ସ୍ଥାନାନ୍ତର ପାଇଁ ଦାବି ଜୋର ଧରୁଛି । ସେହିପରି ସୁନ୍ଦରୀକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।