ନିର୍ବନ୍ଧ ସାରି ଫେରୁଥିବା ବେଳେ ଗଛରେ ପିଟି ହେଲା ଟ୍ରାଭେଲର ବସ :୫ ଗୁରୁତର, ୧୬ ଆହତ

ସୋରଡା (କେନ୍ୟୁଜ): ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଗାଜଳବାଡ଼ି ପଞ୍ଚାୟତ ଭୂତପଙ୍କାଳ ଠାରେ ନିର୍ବନ୍ଧ କାର୍ଯ୍ୟ ସାରି ଦାରିଂବାଡ଼ି ରୁ ସୋରଡ଼ା ଫେରୁଥିବା ବେଳେ ଗଛରେ ପିଟି ହେଲା ଟ୍ରାଭେଲର ବସ। ସୂଚନା ମୁତାବକ ଟ୍ରାଭେଲର ରେ ଥିଲେ ମୋଟ ୨୧ ଜଣ ଯାତ୍ରୀ। ଯେଉଁଥିରୁ ୫ ଗୁରୁତର ଥିବାବେଳେ ୧୬ ଜଣ ଆହତ ହୋଇଥିବା ସୂଚନା ମିଳିଛି ।
କିଛି ଜଣଙ୍କୁ ନିକଟସ୍ଥ ଗାଜଲବାଡି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଦିଆ ଯାଉଥିବା ବେଳେ ଗୁରୁତରଙ୍କୁ ସୋରଡ଼ା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଲୋକେ ସୂଚନା ଦେବା ପରେ ଘଟଣା ସ୍ଥଳରେ ୧୦୮ ଆମ୍ବୁଲାନ୍ସ ସହ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସୋରଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି।