ଯୋଗ ଦିବସରେ ପ୍ରତିଯୋଗିତାର ଆୟୋଜନ କରୁଛନ୍ତି ସରକାର, ବିଜେତାଙ୍କୁ ମିଳିବ ୨୫ ହଜାର ଟଙ୍କା; ତୁରନ୍ତ କରନ୍ତୁ ଆବେଦନ

ପ୍ରତିବର୍ଷ ଜୁନ୍‌ ୨୧ ତାରିଖରେ ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଦିନ ଲୋକଙ୍କୁ ଯୋଗ କରିବା ଦ୍ୱାରା ଶରୀର ଉପରେ କି କି ସକାରାତ୍ମକ ପ୍ରଭାବ ପଡ଼େ, ସେ ନେଇ ସଚେତନ କରାଯାଏ। ଏଥିସହ ନିୟମିତ ଯୋଗ କରିବା ପାଇଁ ଲୋକଙ୍କୁ ଉତ୍ସାହିତ କରାଯାଏ। ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଭୁଲ ଖାଦ୍ୟପେୟ ଏବଂ ଖରାପ ଜୀବନଶୈଳୀ ପାଇଁ ଆମେ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଭାବେ ଧ୍ୟାନ ଦେଇପାରିନଥାଉ। ଫଳରେ ବିଭିନ୍ନ ପ୍ରକାର ରୋଗ ହେବାର ଆଶଙ୍କା ରହିଥାଏ। ଏପରି କ୍ଷେତ୍ରରେ ଆମ ଶରୀରକୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗର ଖୁବ ଆବଶ୍ୟକତା ରହିଛି। ଯୋଗ ଦ୍ୱାରା ମାନସିକ ଶାନ୍ତି ମିଳିବା ସହିତ ଶାରୀରିକ ସୁସ୍ଥତା ପ୍ରାପ୍ତି ହୋଇଥାଏ। ଯୋଗ ଏକ ପ୍ରାଚୀନ ଭାରତୀୟ ପଦ୍ଧତି, ଯାହା ଶରୀର, ମନ ଓ ଆତ୍ମାକୁ ଏକତ୍ରିତ ଶାନ୍ତି ପ୍ରଦାନ କରିବାରେ ସହାୟକ ହୋଇଥାଏ। ଯୋଗ କରିବା ଦ୍ୱାରା ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ।

୨୧ ଜୁନରେ କାହିଁକି ପାଳନ କରାଯାଏ ଯୋଗ ଦିବସ ?

୨୧ ଜୁନରେ ଯୋଗ ଦିବସ ପାଳନ ପଛରେ ଏକ ଖାସ୍ କାରଣ ରହିଛି। ଏହି ଦିନ ଉତ୍ତର ଗୋଲାର୍ଦ୍ଧର ସବୁଠାରୁ ଲମ୍ବା ଦିନ ହୋଇଥାଏ । ଯାହାକୁ ଗ୍ରୀଷ୍ମ ସଂକ୍ରାନ୍ତି ମଧ୍ୟ କୁହାଯାଏ। ଭାରତୀୟ ପରମ୍ପରା ଅନୁଯାୟୀ ଗ୍ରୀଷ୍ମ ସଂକ୍ରାନ୍ତି ପରେ ସୂର୍ଯ୍ୟଙ୍କ ଦକ୍ଷିଣାୟନ ହୋଇଥାଏ। କୁହାଯାଏ ସୂର୍ଯ୍ୟଙ୍କଦକ୍ଷିଣାୟନର ସମୟ ଆଧ୍ୟାତ୍ମିକ ସିଦ୍ଧି ପ୍ରାପ୍ତ କରିବାରେ ବେଶ୍‌ ସହାୟକ ହୋଇଥାଏ। ତେଣୁ ୨୧ ଜୁନ୍କୁ ‘ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ’ ରୂପେ ପାଳନ କରାଯାଏ।

ଚଳିତବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆୟୋଜିତ ହେଉଛି ଇଣ୍ଟରନ୍ୟାସନାଲ ଡେ ଅଫ୍‌ ଯୋଗ ଜିଙ୍ଗଲ କନ୍‌ଟେଷ୍ଟ ୨୦୨୨ (International Day of Yoga Jingle Contest 2022)। ଏହି ପ୍ରତିଯୋଗିତାରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ଭାରତୀୟ ଛାତ୍ର ଅଂଶ ଗ୍ରହଣ କରିପାରିବେ। ଲୋକଙ୍କ ମଧ୍ୟରେ ଯୋଗକୁ ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜିତ ହେଉଛି।

ଏହି ଯୋଗ ପ୍ରତିଯୋଗିତାରେ ବିଜୟୀ ପ୍ରାର୍ଥୀଙ୍କୁ ୨୫,୦୦୦ ଟଙ୍କା ପୁରସ୍କାର ସ୍ୱରୂପ ଦିଆଯିବ। ଇଚ୍ଛୁକ ପ୍ରାର୍ଥୀ ୨୧ ଜୁନ୍‌ ୨୦୨୨ ମଧ୍ୟରେ ଏହି ପ୍ରତିଯୋଗିତା ପାଇଁ ଆବେଦନ କରିପାରିବେ। ଛାତ୍ରଛାତ୍ରୀ କେବଳ ଅନ୍‌ଲାଇନ୍‌ରେ ହିଁ ଫର୍ମ ଭରି ପାରିବେ।

ଯୋଗ୍ୟତା:

ଛାତ୍ରଛାତ୍ରୀଙ୍କ ବୟସ ୧୮ ବର୍ଷ କିମ୍ବା ତା’ ଠୁ ବଡ଼ ହୋଇଥିବା ଆବଶ୍ୟକ

ପୁରସ୍କାର:

୨୫,୦୦୦ ଟଙ୍କା

ଆବେଦନ ଶେଷ ତାରିଖ:

୨୧-୦୬-୨୦୨୨

ଅଧିକ ସୂଚନା ପାଇଁ କ୍ଲିକ୍‌ କରନ୍ତୁ: International Day of Yoga 2022 Jingle Contest 

Also Read: ୟାସିନ୍‌ ମଲିକକୁ ଆଜୀବନ ଜେଲ ଦଣ୍ଡାଦେଶ ନିର୍ଦ୍ଦେଶ ଦେଲେ ସ୍ୱତନ୍ତ୍ର କୋର୍ଟ, ଜମ୍ମୁ-କାଶ୍ମୀରରେ ହାଇଆଲର୍ଟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.