ବଲାଙ୍ଗିର ପାଟଣାଗଡ ହସ୍ପିଟାଲରେ ଅବ୍ଯବସ୍ଥା: ମୋବାଇଲ ଲାଇଟ୍‌ ଜାଳି ଚିକିତ୍ସା କଲେ ଡାକ୍ତର

ବଲାଙ୍ଗିର(କେନ୍ୟୁଜ୍‌): ମୋବାଇଲ ଲାଇଟ୍‌ରେ ରୋଗୀ ଚିକିତ୍ସା । ବଲାଙ୍ଗିର ଜିଲ୍ଲା ପାଟଣାଗଡ ହସ୍ପିଟାଲରେ ମୋବାଇଲ ଲାଇଟ୍‌ ଜାଳି ଚିକିତ୍ସା କଲେ ଡାକ୍ତର । ତୁରେକେଲ ଅଞ୍ଚଳର ଜଣେ ରୋଗୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଚିକିତ୍ସା ପାଇଁ ତାଙ୍କୁ ପାଟଣାଗଡ ହସ୍ପିଟାଲ ଆଣିଥିଲେ ପରିବାର ।

ମୁଣ୍ଡରେ ଷ୍ଟିଚ୍‌ ପକାଇବାବେଳେ ବିଦ୍ୟୁତ ନଥିବାରୁ ଡାକ୍ତର ବାଧ୍ୟ ହୋଇ ମୋବାଇଲ ଲାଇଟ୍‌ ଲଗାଇ ଚିକିତ୍ସା କରିଥିଲେ । ଡାକ୍ତରଙ୍କ ଏଭଳି କାମକୁ ସମସ୍ତେ ପ୍ରଶଂସା କରିଛନ୍ତି । ସେପଟେ ସିଡିଏମଓ କହିଛନ୍ତି, ସାରା ଜିଲ୍ଲାରେ ଲାଇନ୍‌ ନଥିଲା । ଇନଭୋଟର ଯୋଗୁ ଡାକ୍ତରଖାନାରେ ଲାଇଟ୍‌ ଜଳୁଥିଲା । ଚିକିତ୍ସା ସମୟରେ ହଠାତ୍‌ ଲାଇଟ୍‌ କଟିଯିବାରୁ ମୋବାଇଲ ଜାଳି ଷ୍ଟିଚ୍‌ ପକାଇଥିଲେ ଡାକ୍ତର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.