ରୋମାଞ୍ଚକର ମ୍ୟାଚରେ ବାଜି ମାରିଲା ରାଜସ୍ଥାନ ରୟାଲ୍ସ : ହିରୋ ସାଜିଲେ ଜୋସ ବଟଲର

ରୋମାଞ୍ଚକର ମ୍ୟାଚରେ ବାଜି ମାରିଲା ରାଜସ୍ଥାନ ରୟାଲ୍ସ । ହିରୋ ସାଜିଲେ ଜୋସ ବଟଲର । ବଟଲରଙ୍କ ବିସ୍ଫୋରକ ଶତକ ବଳରେ ରାଜସ୍ଥାନ ରୟାଲ୍ସ, ଦିଲ୍ଲୀ କ୍ୟାପିଟାଲସକୁ ୧୫ ରନରେ ହରାଇଛି । ପଞ୍ଚମ ବିଜୟ ସହ ରାଜସ୍ଥାନ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନକୁ ଉଠିଛି ।

ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ୨ ଓ୍ଵିକେଟ ହରାଇ ୨୨୨ ରନର ବିଶାଳ ସ୍କୋର କରିଥିଲା । ଚଳିତ ସିଜିନରେ ଏହା ସର୍ବୋଚ୍ଚ ସ୍କୋର । ବଟଲର ୬୫ ବଲରେ ୧୧୬ ରନ କରିଥିଲେ । ସଞ୍ଜୁ ସାମସନ ୧୯ ବଲରୁ ୪୬ ରନ କରିଥିଲେ । ଜବାବରେ ଦିଲ୍ଲୀ ୮ ଓ୍ଵିକେଟ ହରାଇ ୨୦୭ ରନ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.