ଆଡ଼ପ ବିଜେ କଲେ ଚତୁର୍ଦ୍ଧା ମୂର୍ତ୍ତି, ଆଜିଠୁ ବାହାରିବ ଆଡ଼ପ ଅବଢ଼ା

ପୁରୀ(କେନ୍ୟୁଜ୍): ଆଡ଼ପ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି । ଗୋଟି ପହଣ୍ଡିରେ ପ୍ରଥମେ ସୁଦର୍ଶନ, ପରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଶେଷରେ କାଳିଆ ଠାକୁର ଜନ୍ମବେଦୀରେ ବିରାଜମାନ କରିଛନ୍ତି । ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳି, ଭଜନ କୀର୍ତ୍ତନ ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା ପରିବେଶ । ମହାପ୍ରଭୁଙ୍କୁ ପାଖରେ ପାଇ ଭକ୍ତିଭାବରେ ତଲ୍ଲୀନ ହୋଇଥିଲେ ଶ୍ରଦ୍ଧାଳୁ ।
ବିଶ୍ୱାସ ରହିଛି , ବର୍ଷକୁ ଥରେ ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳେ। ସେପଟେ ଆଜି ବାହାରିବ ଆଡ଼ପ ଅବଢ଼ା । ମହାପ୍ରଭୁଙ୍କ ନୀତି ଓ ମହାପ୍ରସାଦ ପ୍ରସ୍ତୁତି ପାଇଁ ସେବାୟତମାନଙ୍କ ପକ୍ଷରୁ ମଧ୍ୟରୁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ଆଡପ ଦର୍ଶନ ସହ ଆଡପ ଅବଢ଼ା ପାଇବେ। ୬ ଦିନ ଧରି ମିଳିବ ଆଡ଼ପ ଅବଢ଼ା।