ବ୍ରେକ୍ ଫେଲ୍ ହୋଇ ତପ୍ତପାଣି ଘାଟୀର ପାଳୁଖୋଳା ନିକଟରେ ଓଲଟିଲା ମକା ବୋଝେଇ ଟ୍ରକ୍, ଡ୍ରାଇଭର ଓ ହେଲପର ଆହତ

ବ୍ରହ୍ମପୁର: ଗଂଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟୀର ପାଳୁଖୋଳା ନିକଟରେ ଓଲଟିଲା ମକା ବୋଝେଇ ଟ୍ରକ୍। ଯାହାଫଳରେ ଡ୍ରାଇଭର ଓ ହେଲପର ଉଭୟ ଆହତ ହୋଇଛନ୍ତି । ଆହତ ମାନଙ୍କୁ ପୋଡାମାରି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ଗଜପତି ଜିଲ୍ଲାରୁ ମକା ବସ୍ତା ବୋଝେଇ ଟ୍ରକଟି ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ଘାଟୀରେ ହଠାତ୍ ବ୍ରେକ୍ ଫେଲ୍ ହୋଇଯାଇଥିଲା । ଯାହାଫଳରେ ଭାରସାମ୍ଯ ହରାଇ ଘାଟୀର ରାସ୍ତା ପାର୍ଶ୍ବରେ ଓଲଟି ପଡିଥିଲା । ଏହି ଘଟଣା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.