ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ପୋଲିସ କବ୍‌ଜାରେ ୫ ଲୁଟେରା, ଅଭିନବ ଉପାୟରେ ଏଟିଏମ୍‌ ଲୁଟ୍‌ କରୁଥିଲା ଏହି ଗ୍ୟାଙ୍ଗ

ବାଲେଶ୍ୱର : ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ପୋଲିସ କବ୍‌ଜାରେ ୫ ଲୁଟେରା । ଗତ ଶନିବାର ବିଳମ୍ବିତ ରାତିରେ ଶିଳ୍ପାଞ୍ଚଳ ପୋଲିସର ପାଟ୍ରୋଲିଂ ବେଳେ ବାମପଦା ଏଟିଏମ୍‌ ନିକଟରେ ଏକ କାର ସହ ୫ ଜଣ ଯୁବକଙ୍କୁ ଦେଖି ସନ୍ଦେହ ହୋଇଥିଲା । କାର୍‌ର ପିଛା କରି ସୋର ତଳନଗର ନିକଟରୁ ୫ ଜଣକୁ ଧରିଥିଲା ପୋଲିସ । ଗିରଫ ଅଭିଯୁକ୍ତ ଉତ୍ତରପ୍ରଦେଶ କାନପୁର ଅଞ୍ଚଳର ବୋଲି ଜଣାପଡ଼ିଛି ।

ଗିରଫ ଯୁବକମାନେ ୟୁପିର ଗରିବ ଶ୍ରେଣୀର ଲୋକଙ୍କୁ ଟାର୍ଗେଟ କରୁଥିଲେ । ସେମାନଙ୍କ ଏଟିଏମ୍‌ କାର୍ଡ ଆଣି ତାଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍‌ କରି ବିଶ୍ୱାସ ଜନ୍ମାଉଥିଲେ । ସେହି ଏଟିଏମ୍‌ କାର୍ଡକୁ ବ୍ୟବହାର କରି କୌଶଳ କ୍ରମେ ଏଟିଏମ୍‌ରୁ ଟଙ୍କା କାଢି ନିଅନ୍ତି । ଏହାସହ କ୍ୟାସ୍‌ ଡିସ୍‌ପେନ୍‌ସରର ସଟର୍‌କୁ ଚିପି ଧରନ୍ତି । ଯାହା ଫଳରେ ଗ୍ରାହକଙ୍କ ଆକାଉଣ୍ଟରୁ ଟଙ୍କା ନକଟି ଏଟିଏମ୍‌ରୁ ଟଙ୍କା ବାହାରି ଯାଇଥାଏ । ଏହାଦ୍ୱାର ବ୍ୟାଙ୍କକୁ କ୍ଷତି ସହିବାକୁ ପଡ଼ିଥାଏ । ଏଭଳି ଅଭିନବ ଉପାୟରେ ଏଟିଏମ୍‌ ଲୁଟ୍‌ କରୁଥିବା ଗ୍ୟାଙ୍ଗକୁ ଠାବ କରିପାରିଛି ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ପୋଲିସ । ଏଥିରେ ସାଇବର ସେଲ୍‌ର ମଧ୍ୟ ସହାୟତା ନିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.