Below header

ମୋଟର ସାଇକେଲକୁ ଧକ୍କା ଦେଇ ଜଳିଲା ଟ୍ରକ, ବାଇକ

ମୋଟର ସାଇକେଲକୁ ଧକ୍କା ଦେଇ ଘୋଷାରି ନେଲା ଟ୍ରକ  । ପରେ ଟ୍ରକ ଏବଂ ମୋଟର ସାଇକେଲ ରାସ୍ତାରେ ଜଳିଲା । 

ଭଦ୍ରକ : ମୋଟର ସାଇକେଲକୁ ଧକ୍କା ଦେଇ ଘୋଷାରି ନେଲା ଟ୍ରକ  । ପରେ ଟ୍ରକ ଏବଂ ମୋଟର ସାଇକେଲ ରାସ୍ତାରେ ଜଳିଲା ।  ଭଦ୍ରକ -ଆନନ୍ଦପୁର ରାଜ୍ୟ ରାଜପଥର ଗଣିଜାଙ୍ଗ ନିକଟରେ ଘଟିଛି ଘଟଣା । ରାସ୍ତାରେ ହୁତୁ ହୁତୁ ହୋଇ ଜଳୁଛି ଟ୍ରକ ଏବଂ ବାଇକ । ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି ।

ଆଜି ବରପଦା ଛକ ନିକଟରେ ଗୋଟିଏ ଟ୍ରକ ଦ୍ରୁତ ଗତିରେ ଯାଇ ସେଠାରେ ରାସ୍ତା ପାର୍ଶ୍ଵରେ ଠିଆ ହୋଇ ଥିବା ଜଣେ ମୋଟର ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା  । ତେଣୁ ସେ ରାସ୍ତା ପାର୍ଶ୍ଵରେ ପଡିଯାଇ ଗୁରୁତର ଆହତ ହୋଇଥିବା ବେଳେ ଟ୍ରକଟି ମୋଟର ସାଇକେଲକୁ ଘୋଷାରି ନେଇ ଯାଇଥିଲା ।

ଫଳରେ ମୋଟର ସାଇକେଲ ଲକ ହୋଇ ଯିବାରୁ ଟ୍ରକ ତଳୁ ବାହାରି ପାରି ନ ଥିଲା ।  ପରେ ଟ୍ରକ ଓ ମୋଟର ସାଇକେଲରେ ନିଆଁ ଲାଗି ଯାଇଥିଲା । ରାସ୍ତାରେ ହୁତୁ ହୁତୁ ହୋଇ ଜଳୁଛି ଟ୍ରକ ଏବଂ ବାଇକ । ତେଣୁ ଏହି ରାଜ୍ୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଛି । ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ ବାହିନୀ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.