ଏହି ସରକାରୀ ଯୋଜନାରେ ମାତ୍ର ୭ ଟଙ୍କା ନିବେଶ କରି ମାସକୁ ପାଆନ୍ତୁ ୫ ହଜାର ଟଙ୍କା ପେନସନ

ଆପଣଙ୍କୁ ଆଜି ଆମେ ଏମିତି ଏକ ସରକାରୀ ଯୋଜନା ବିଷୟରେ କହିବୁ, ଯେଉଁଥିରେ ଆପଣ ନିବେଶ କରି ମାସକୁ ହଜାର ହଜାର ଟଙ୍କା ପେନସନ୍‌ ପାଇପାରିବେ। ଏହି ଯୋଜନା ହେଉଛି ଅଟଳ ପେନସନ୍‌ ଯୋଜନା। ଆପଣ ହୁଏତ ଏହି ନିବେଶ ବିଷୟରେ ଜାଣିଥିବେ କିନ୍ତୁ ଆମେ ଆପଣଙ୍କୁ ଆଜି ଏହାକୁ ନେଇ କିଛି ଖାସ୍‌ ବେନିଫିଟ୍ସ ବିଷୟରେ କହିବାକୁ ଯାଉଛୁ।

ଆଜିର ମହଙ୍ଗା ଦୁନିଆରେ ସମସ୍ତେ ନିଜର ଭବିଷ୍ୟତକୁ ନେଇ ଚିନ୍ତାରେ ରହୁଛନ୍ତି। ଯେ ଏବେଠୁ ଏତେ ଦରଦାମ୍‌ ବଢ଼ିଲାଣି ତ ଆଗକୁ କଣ ହେବ। ଆଗାମୀ ଭବିଷ୍ୟତ କେମିତି ଚାଲିବ? ତେଣୁ ଯଦି ଆପଣଙ୍କୁ ମଧ୍ୟ ନିଜ ବୃଦ୍ଧାବସ୍ଥାକୁ ସିକ୍ୟୁର କରିବାର ଅଛି ତାହେଲେ ଏହି ଖବର ନିଶ୍ଚୟ ପଢ଼ନ୍ତୁ। ଆପଣଙ୍କୁ ଆଜି ଆମେ ଏମିତି ଏକ ସରକାରୀ ଯୋଜନା ବିଷୟରେ କହିବୁ, ଯେଉଁଥିରେ ଆପଣ ନିବେଶ କରି ମାସକୁ ହଜାର ହଜାର ଟଙ୍କା ପେନସନ୍‌ ପାଇପାରିବେ। ଏହି ଯୋଜନା ହେଉଛି ଅଟଳ ପେନସନ୍‌ ଯୋଜନା। ଆପଣ ହୁଏତ ଏହି ନିବେଶ ବିଷୟରେ ଜାଣିଥିବେ କିନ୍ତୁ ଆମେ ଆପଣଙ୍କୁ ଆଜି ଏହାକୁ ନେଇ କିଛି ଖାସ୍‌ ବେନିଫିଟ୍ସ ବିଷୟରେ କହିବାକୁ ଯାଉଛୁ।

କେନ୍ଦ୍ର ସରକାରଙ୍କ ସ୍କିମ୍‌ ହେଉଛି ଅଟଳ ପେନ୍‌ସନ୍‌ ଯୋଜନା । ଏହି ସରକାରୀ ଯୋଜନା ଆପଣଙ୍କ ଓଠରେ ହସ ଫୁଟାଇବ । ଅଟଳ ପେନ୍‌ସନ୍‌ ଯୋଜନାରେ ଆପଣ ପ୍ରତିଦିନ ୭ଟଙ୍କା ସଞ୍ଚୟ କରି ମାସିକ ୫୦୦୦ ଟଙ୍କା ପେନ୍‌ସନ୍‌ ପାଇପାରିବେ । ଯଦି ଆପଣଙ୍କ ବୟସ ୧୮ ବର୍ଷ ହୋଇଥାଏ ତେବେ ଆପଣ ଦୈନିକ ୭ ଟଙ୍କା ସଞ୍ଚୟ କରିପାରିବେ । ଏପରି କରିବା ଦ୍ୱାରା ମାସକୁ ଆପଣଙ୍କୁ ୨୧୦ ଟଙ୍କା ସଞ୍ଚୟ କରିବାକୁ ହେବ । ଯେତେବେଳେ ଆପଣଙ୍କ ବୟସ ୬୦ ବର୍ଷ ହୋଇଯିବ । ସେବେଠୁ ଆପଣଙ୍କୁ ମାସିକ ୫୦୦୦ ଟଙ୍କା ପେନ୍‌ସନ୍‌ ରୂପେ ମିଳିବ ।

କେଉଁ ବୟସରେ କେତେ ଟଙ୍କା ଦେବେ ?
ଯଦି ଆପଣ ୨୫ ବର୍ଷ ବୟସରେ ଅଟଳ ପେନ୍‌ସନ୍‌ ଯୋଜନାରେ ବିନିଯୋଗ କରନ୍ତି ତେବେ ଆପଣଙ୍କୁ ମାସିକ ୩୭୬ ଟଙ୍କା ଦେବାକୁ ହେବ । ସେହିପରି ୩୦ ବର୍ଷ ବୟସରେ ଅଟଳ ପେନ୍‌ସନ୍‌ ଯୋଜନାରେ ବିନିଯୋଗ କଲେ ମାସିକ ୫୭୭ ଟଙ୍କା ଦେବାକୁ ପଡ଼ିବ । ଆଉ ଆପଣ ଯଦି ୩୫ ବର୍ଷ ବୟସରେ ଏଥିରେ ବିନିଯୋଗ କରନ୍ତି ତା’ହେଲେ ଆପଣଙ୍କୁ ମାସିକ ୯୦୨ ଟଙ୍କା ଦେବାକୁ ପଡ଼ିବ । କିନ୍ତୁ ସମସ୍ତ ବର୍ଗର ବ୍ୟକ୍ତିଙ୍କୁ ୬୦ ବର୍ଷ ହେବା ପରେ ମାସିକ ୫୦୦୦ ଟଙ୍କା ହିଁ ମିଳିବ ।

୨୦୧୫-୧୬ରେ କେନ୍ଦ୍ର ସରକାର ନୂଆକରି ଅଟଳ ପେନ୍‌ସନ୍‌ ଯୋଜନା ଆଣିଥିଲେ । ଏହି ଯୋଜନା ଶ୍ରମିକ ଏବଂ ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ବ୍ୟକ୍ତିଙ୍କ ପାଇଁ କରାଯାଇଛି । ଯେଉଁଥିରେ ମାସିକ ସ୍ୱଳ୍ପ ଟଙ୍କା ବିନିଯୋଗ କରି ପେନସନ୍‌ ପାଇପାରିବ ।

ଅଟଳ ପେନସନ୍‌ ଯୋଜନାକୁ ୨୦୧୫ରେ ଆରମ୍ଭ କରାଯାଇଥିଲା। ୧୮ ରୁ ୪୦ ବର୍ଷର କୌଣସି ବି ଭାରତୀୟ ନାଗରିକ ଏହି ଯୋଜାନରେ ଇନଭେଷ୍ଟ କରିପାରିବେ। ଏହି ଯୋଜନାରେ ୬୦ ବର୍ଷ ପରେ ଜମାକର୍ତ୍ତାଙ୍କୁ ପେନସନ୍‌ ମିଳିବା ଆରମ୍ଭ ହୋଇଯାଏ। ଯୋଜନା ଅନ୍ତର୍ଗତ ଆପଣଙ୍କୁ ଅତିକମରେ ଏକ ହଜାର ଟଙ୍କା, ୨ହଜାର ଟଙ୍କା, ୩୦୦୦ ଟଙ୍କା, ୪୦୦୦ ଟଙ୍କା ଏବଂ ଅଧିକତମ ୫,୦୦୦ ଟଙ୍କା ମାସିକ ପେନସନ୍‌ ମିଳିଥାଏ। ଏହା ଏକ ଏମିତି ସରକାରୀ ଯୋଜନା ଯେଉଁଥିରେ ଆପଣଙ୍କ ନିବେଶ ଏକଦମ୍‌ ସୁରକ୍ଷିତ। ଯଦି ଆପଣ ମଧ୍ୟ ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି ତାହେଲେ ରେଜିଷ୍ଟ୍ରେସନ୍‌ କରିପାରିବେ। ଏଥିପାଇଁ ଆପଣଙ୍କ ପାଖରେ ସେଭିଙ୍ଗସ୍‌ ଆକାଉଣ୍ଟ, ଆଧାର ନମ୍ବର ଏବଂ ମୋବାଇଲ ନମ୍ବର ରହିବା ଜରୁରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.