ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ଟ୍ରକ, ଡ୍ରାଇଭର ମୃତ

କେନ୍ଦୁଝର ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥରେ ପାରାଦ୍ଵୀପ ଆଭିମୁଖେ ଯାଉଥିବା ଏକ ଆଇରନ ବୋଝେଇ ଟ୍ରକ ଏକ ପୋଲ ଉପରୁ ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା । ଘଟଣା ସ୍ଥଳରେ ଟ୍ରକରେ ଚାପି ହୋଇ ଡ୍ରାଇଭର ମୃତ୍ୟୁ ହୋଇଛି ।

କେନ୍ଦୁଝର (କେନ୍ୟୁଜ୍) : କେନ୍ଦୁଝରରେ ଭାରସାମ୍ୟ ହରାଇ ପୋଲ ଉପରୁ ତଳକୁ ଆଇରନ ବୋଝେଇ ଟ୍ରକ ଖସି ପଡିଛି । ଘଟଣା ସ୍ଥଳରେ ଡ୍ରାଇଭର ମୃତ । ଆଜି ଭୋର ସମୟରେ କେନ୍ଦୁଝର ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥରେ ପାରାଦ୍ଵୀପ ଆଭିମୁଖେ ଯାଉଥିବା ଏକ ଆଇରନ ବୋଝେଇ ଟ୍ରକ ଜାମୁନାନିଆ ଗାଁ ନିକଟରେ ଥିବା ଏକ ପୋଲ ଉପରୁ ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲା ।

ଘଟଣା ସ୍ଥଳରେ ଟ୍ରକରେ ଚାପି ହୋଇ ଡ୍ରାଇଭର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଥିବା ସହ ଟ୍ରକ ଟିକୁ କ୍ରନ୍ ସାହାଯ୍ୟ ରେ ଉପରକୁ ଉଠାଇଛି । ବର୍ତ୍ତମାନ ସୁଦ୍ଧା ମୃତ ଡ୍ରାଇଭରର ପରିଚୟ ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.