ଜାଣିଛନ୍ତି କି ଆଲକାଲାଇନ୍‌ ପାଣି କଣ ଏବଂ ଏହି ପାଣି କେଉଁ ରୋଗରୁ ଆପଣଙ୍କୁ ରକ୍ଷା କରେ

ସାଧାରଣ ପାଣିରେ ph ଲେବଲ ୭ ରହିଥାଏ । କିନ୍ତୁ ଯେଉଁ ପାଣିରେ ୮ କିମ୍ବା ୯ରୁ ଅଧିକ ph ଲେବଲ ରହିଥାଏ ସେହି ପାଣିକୁ ଆଲକାଲାଇନ୍‌ ଓ୍ଵାଟର କାଟାଗୋରିରେ ରଖାଯାଇଥାଏ । ଏଥିସହ ଆଲକାଲାଇନ୍‌ ପାଣି ଅମ୍ଳ କମ କରିବାରେ ସାହାଯ୍ୟ କରେ । ଏବଂ ଏଥିରେ ଅନେକ ମିନେରାଲ୍ସ ରହିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ।

ସାଧାରଣ ପାଣି ଅପେକ୍ଷା ଆଲକାଲାଇନ୍‌ ପାଣିରେ ଅଧିକ ph ରହିଥାଏ । ସାଧାରଣ ପାଣିରେ ph ଲେବଲ ୭ ରହିଥାଏ । କିନ୍ତୁ ଯେଉଁ ପାଣିରେ ୮ କିମ୍ବା ୯ରୁ ଅଧିକ ph ଲେବଲ ରହିଥାଏ ସେହି ପାଣିକୁ ଆଲକାଲାଇନ୍‌ ଓ୍ଵାଟର କାଟାଗୋରିରେ ରଖାଯାଇଥାଏ । ଏଥିସହ ଆଲକାଲାଇନ୍‌ ପାଣି ଅମ୍ଳ କମ କରିବାରେ ସାହାଯ୍ୟ କରେ । ଏବଂ ଏଥିରେ ଅନେକ ମିନେରାଲ୍ସ ରହିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଆଲକାଲାଇନ୍‌ ପାଣି ଆମ ଶରୀର ପାଇଁ କିପରି ଲାଭଦାୟକ ହୋଇଥାଏ ।

ଆଲକାଲାଇନ୍‌ ପାଣି କଣ?
ସାଧାରଣତଃ ଆମ ଖାଦ୍ୟ ଦୁଇ ପ୍ରକାରର ହୋଇଥାଏ ଆଲକାଲାଇନ୍‌ ଏବଂ ଏସିଡିକ୍‌ ବା ଅମ୍ଳିୟ। ଅମ୍ଳିୟ ଖାଦ୍ୟ ଦ୍ୱାରା ଶରୀରର ଅନେକ ରୋଗ ହୋଇପାରେ । ଅନ୍ୟପଟେ ଆଲକାଲାଇକ୍‌ ଖାଦ୍ୟ ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ । ସେହିପରି ପାଣିରେ କେବଳ ph ଲେବଲ ଅଧିକ ଥିଲେ ପାଣି ଆଲକାଲାଇନ୍‌ ହୋଇନଥାଏ । ବରଂ ସେଥିରେ କିଛି ସ୍ୱତନ୍ତ୍ର ମିନେରାଲ୍ସ ଏବଂ ବିଶେଷ ଗୁଣ ଯେପରି OPR ରହିବା ଆବଶ୍ୟକ ହୋଇଥାଏ । OPR ପାଣି ସ୍ୱାସ୍ଥ୍ୟ ପ୍ରତି ଅଧିକ ଲାଭଦାୟକ ହୋଇଥାଏ ।

ଆଲକାଲାଇନ୍‌ ପାଣିର ଲାଭ :
ଏହି ପାଣି ଅମ୍ଳ ସମସ୍ୟାକୁ କମ୍‌ କରେ । ଆଲକାଲାଇନ୍‌ ପାଣି ପିଇବା ଦ୍ୱାରା ଅମ୍ଳ ଏବଂ ପେଟ ଜଳିବା ସମସ୍ୟା ଦୂର ହୋଇଥାଏ ।

ଅସନ୍ତୁଳିତ ph ମାତ୍ରା ସନ୍ତୁଳିତ କରେ :
ଆଲକାଲାଇନ୍‌ ପାଣି ଶରୀରର ph ମାତ୍ରା ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ । ଯାହାଦ୍ୱାରା ଶରୀରରେ ଅନେକ ପ୍ରକ୍ରିୟା ଉତ୍ତମ ଭାବେ କାର୍ଯ୍ୟ କରିଥାଏ ।

ଡିହାଇଡ୍ରେସନରେ ସାହାଯ୍ୟ କରେ :
ଅଧ୍ୟୟନରେ ପ୍ରକାଶ ପାଇଛି ଯେ ଆଲକାଲାଇନ୍‌ ପାଣି ଶରୀରକୁ ଶୀଘ୍ର ଏବଂ ଅଧିକ ଭଲ ଭାବେ ହାଇଡ୍ରେଟ୍‌ କରିଥାଏ ।

ଅକ୍ସିଡାଣ୍ଟରୁ ସୁରକ୍ଷା ଦିଏ :
ଆଲକାଲାଇନ୍‌ ପାଣିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଥାଏ, ଯାହା ଶରୀରର ଫ୍ରି ରେଡିକାଲ୍ସଗୁଡିକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ । ଏହା ବୟସ ବଢ଼ାଏ ଏବଂ ଅନ୍ୟ ରୋଗରୁ ମଧ୍ୟ ରକ୍ଷା କରିବାରେ ସାହାଯ୍ୟ କରିପାରେ ।

ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଉପକାରିତା :
ଅନେକ ଲୋକ ବିଶ୍ୱାସ କରନ୍ତି ଆଲକାଲାଇନ୍‌ ପାଣି ଓଜନ କମାଇଥାଏ । କ୍ୟାନ୍ସର ଭଳି ରୋଗରୁ ମଧ୍ୟ ରକ୍ଷା କରିବା ସହ ଚର୍ବିକୁ କମ କରିବାରେ ସାହାଯ୍ୟ କରେ । କିନ୍ତୁ ଏହାକୁ ନେଇ ଆହୁରି ଅଧ୍ୟୟନର ଆବଶ୍ୟକତା ରହିଛି ।

ଓଜନ ନିୟନ୍ତ୍ରଣ :
ଏହି ପାଣି ପିଇବା ଦ୍ୱାରା ଭୋକ କମ୍‌ ଲାଗିଥାଏ । ଯାହାଦ୍ୱାରା ଓଜନ ନିୟନ୍ତ୍ରଣରେ ସାହାଯ୍ୟ ମିଳିଥାଏ ।

ଆଣ୍ଟିଅକ୍ସିଡାଣ୍ଟ ଗୁଣ :
ଏହି ପାଣି ଫ୍ରି ରେଡିକାଲ୍ସ ସହିତ ମୁକାବିଲା କରିବାରେ ସାହାଯ୍ୟ କରେ । ଯାହା ଶାରୀରିକ ଏକାପଣ ଓ ବୟସ ବଢିବା ଯୋଗୁଁ ହୋଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.