ଭାରସାମ୍ୟ ହରାଇ ନଦୀ ଭିତରକୁ ଖସିପଡିଲା ସିମେଣ୍ଟ ଗୁଣ୍ଡ ବୋଝେଇ ଟ୍ରକ, ଡ୍ରାଇଭର ଓ ହେଲପର ଗୁରୁତର

ଦଶପଲ୍ଲା – ଭଂଜନଗର ରାସ୍ତାର ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ତିଳିସିଙ୍ଗି ଗାଁ ନିକଟରେ , ରବିବାର ରାତିରେ ଘଟିଛି ଏଭଳି ଘଟଣା । ନଦୀ ପାଣିରେ ବୁଡି ରହିଥିବା ଟ୍ରକ୍ ଭିତରୁ  ଡ୍ରାଇଭର ଓ ଜଣେ ସହଯୋଗୀଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ ।

ଭଞ୍ଜନଗର(କେନ୍ୟୁଜ୍):  ଭାରସାମ୍ୟ ହରାଇ ପୋଲ ଉପରୁ , ନଦୀ ଭିତରକୁ ଖସିପଡିଲା ସିମେଣ୍ଟ ଗୁଣ୍ଡ ବୋଝେଇ ଟ୍ରକ । ଦଶପଲ୍ଲା – ଭଂଜନଗର ରାସ୍ତାର ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ତିଳିସିଙ୍ଗି ଗାଁ ନିକଟରେ , ରବିବାର ରାତିରେ ଘଟିଛି ଏଭଳି ଘଟଣା । ନଦୀ ପାଣିରେ ବୁଡି ରହିଥିବା ଟ୍ରକ୍ ଭିତରୁ  ଡ୍ରାଇଭର ଓ ଜଣେ ସହଯୋଗୀଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭଂଜନଗର ମେଡ଼ିକାଲରେ ଭର୍ତି କରାଯାଇଛି । ସୂଚନା ପ୍ରକାରେ ତାଳଚେରରୁ ସିମେଣ୍ଟ ଗୁଣ୍ଡ ବୋଝେଇ କରି ଟ୍ରକଟି ବ୍ରହ୍ମପୁର ଅଭିମୁଖେ ଯାଉଥିଲା ।  ଏହି ସମୟରେ ତିଳିସିଙ୍ଗି ଗାଁ ନିକଟରେ ଭାରସାମ୍ୟ ହରାଇ ପୋଲ ଉପରୁ ଖସି ପଡିଥିଲା।  ଯାହା ଫଳରେ ଟ୍ରକରେ ଥିବା  ଡ୍ରାଇଭର ଓ ହେଲପର ଗୁରୁତର ହୋଇଛନ୍ତି। ଘଟଣା ସ୍ଥଳରେ ତାରାସିଙ୍ଗି ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.