କେନ୍ଦ୍ରାପଡା: ପଣିକିଆ ନଆସିବାରୁ ଦୁଇ ଶିଶୁଙ୍କୁ ମାଡ଼ ମାରି ଗୁରୁତର କଲେ ଟିଉସନ ଦିଦିଙ୍କ ସ୍ବାମୀ

କେନ୍ଦ୍ରାପଡା(କେନ୍ୟୁଜ୍): ଟିଉସନ ଦିଦିଙ୍କ ସ୍ୱାମୀଙ୍କ ମାଡରେ ଦୁଇ ଶିଶୁ ଗୁରୁତର। ପୋଲିସର ଥାର୍ଡ ଡିଗ୍ରୀ ଠାରୁ ଟପି ଯାଇଛି ମାଡ଼। ଦିଦିଙ୍କ ସ୍ୱାମୀ ପିଲାଙ୍କୁ ପଣିକିଆ ପଚାରିଥିଲେ ନ କହିପାରିବାରୁ ଏକ କେବୁଲ ତାରରେ ଏତେ ଜୋରରେ ବାଡେଇଲେ ଯେ ଦେହର କେଉଁ ସ୍ଥାନ ଆଉ ବାକି ନାହିଁ। ପିଲାଙ୍କ ଭବିଷ୍ୟତ ଗଢିବା ପାଇଁ ଟିଉସନ ପଠାଉଥିବା ଅଭିଭାବକ ଏହି ଦୃଶ୍ୟ ଦେଖିଲେ ବୋଧ ହୁଏ ଆଉ ପିଲାଙ୍କୁ କେଉଁଠିକି ପଢିବାକୁ ପଠାଇବେ ନାହିଁ।  ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲାରେ ପୁରୁଷୋତ୍ତମପୁରରେ ।

ଗାଁର ଲଷ୍ମୀପ୍ରିୟ ବେହେରା ଘରୋଇ ଟିଉସନ କରନ୍ତି। ତାଙ୍କ ପାଖକୁ ଦୁଇ କୁନି ପିଲା ପାଠ ପଢିବାକୁ ଯାଉଥିଲେ। ଦିଦିଙ୍କ ସ୍ୱାମୀ ରାଜେନ୍ଦ୍ର କୁମାର ରାଉତ ପିଲାଙ୍କୁ ପାଣିକିଆ ପଚାରିଥିଲେ। ନକହିପାରିବାରୁ ଏକ କେବୁଲ ତାରରେ ନିର୍ଧୁମ ପିଟିଥିଲେ।

ଦୁଇ ଶିଶୁ ଟିଉସନ ଦିଦିଙ୍କ ସ୍ବାମୀଙ୍କ ଦ୍ଵାରା ଥାର୍ଡ ଡିଗ୍ରୀରେ ଆହତ ହେବା ପରେ ଘରକୁ ଆସି ଚାଲି ପରି ନ ଥିଲେ ଦୁଇ ଛୁଆ। ଅଭିଭାବକ ଛୁଆମାନଙ୍କ ଡ୍ରେସ ଓହ୍ଲାଇ ଦେଖିବା ପରେ ଡାକ୍ତରଙ୍କ ପାଖକୁ ଯାଇ ଚିକିତ୍ସା କରାଇଥିଲେ। ପରେ ଏ ବାବଦରେ ମାର୍ଶାଘାଇ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ଗତକାଲି ରାତିରେ ଅପରାଧୀ ରାଜେନ୍ଦ୍ର ରାଉତକୁ ଗିରଫ କରିଛି  ପୋଲିସ।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.