ଆନ୍ଧ୍ରପ୍ରଦେଶର ଭୀମାବରମ୍ ଅଞ୍ଚଳରେ ଫସି ହୋଇରହିଛନ୍ତି ରାୟଗଡାର ୨୩ ଜଣ ଯୁବତୀ, ଫେରାଇ ଆଣିବା ପାଇଁ କଲେ ଆକୁଳ ନିବେଦନ

ରାୟଗଡା: ମହାମାରୀ କରୋନାକୁ ନେଇ ସାରା ଦେଶରେ ଲକ୍ ଡାଉନ୍ ସ୍ଥିତି ଜାରି ରହିଛି । ଏହି ପରିପେଷୀରେ ଆନ୍ଧ୍ରପ୍ରଦେଶର ଭୀମାବରମ୍ ଅଞ୍ଚଳରେ ଫସି ହୋଇ ରହିଛନ୍ତି ରାୟଗଡା ଜିଲ୍ଲାର ୨୩ ଜଣ ଯୁବତୀ । ଏମାନଙ୍କ ମଧ୍ୟରେ କିଛି ନାବାଳିକା ଥିବାର ମଧ୍ୟ ଜଣାପଡିଛି । ରାୟଗଡା ଜିଲ୍ଲାର କୋଲନରା,ବିଷମକଟକ ଓ ମୁନିଗୁଡା ଅଞ୍ଚଳର ଏହି ଯୁବତୀ ମାନେ କାମଧନ୍ଧା ଅଭାବରୁ ଗତ ୬ ମାସ ପୂର୍ବେ ଆନ୍ଧ୍ରପ୍ରଦେଶ ରାଜ୍ୟ ଭୀମାବରମ୍ ର ଏକ ଚିଙ୍ଗୁଡି କମ୍ପାନୀରେ କାମ ପାଇଁ ଯାଇଥିଲେ ।

ତେବେ କରୋନା ଯୋଗୁଁ ଲକ୍ ଡାଉନ୍ ହୋଇଯିବା ପରେ କମ୍ପାନୀ ବନ୍ଦ ହୋଇଯାଇଥିଲା । ଯାହାଫଳରେ ବହୁ କଷ୍ଟରେ ଏହି ଯୁବତୀ ମାନେ ଏକ ଭଡା ଘରେ ରହିଆସୁଥିଲେ । ତେବେ ନିଜ ରାଜ୍ୟକୁ ଫେରିବା ପାଇଁ ବସ୍ ଚଢିବା ବେଳେ କମ୍ପାନୀ କର୍ତ୍ତୃପକ୍ଷ ଯୁବତୀ ମାନଙ୍କ ଆଧାର କାର୍ଡ ନେଇଯିବା ସହ ସେମାନଙ୍କୁ ଆଉ ଛାଡିନଥିଲା । ଏବେ ଏହି ଯୁବତୀ ମାନେ ଠିକ୍ ସମୟରେ ଖାଇବାକୁ ନପାଇ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ତେଣୁ ରାଜ୍ୟ ସରକାର ଓ ରାୟଗଡା ଜିଲ୍ଲା ପ୍ରଶାସନ ସେମାନଙ୍କୁ ନିଜ ଓଡିଶା ଫେରାଇ ଆଣିବା ପାଇଁ ଯୁବତୀ ମାନଙ୍କ ପରିବାର ଲୋକେ ଆକୁଳ ନିବେଦନ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.