ଟ୍ଵିନସିଟି ଏନ୍କାଉଣ୍ଟର, ଚଳିତ ବର୍ଷ ୩୫ରୁ ଅଧିକ ଅପରାଧୀଙ୍କୁ ଏନକାଉଣ୍ଟର

ଭୁବନେଶ୍ବର(କେନ୍ୟୁଜ୍) : ଅପରାଧ ମୁକ୍ତ ହେବ ଟ୍ଵିନସିଟି । ଅପରାଧୀଙ୍କୁ ସାବାଡ କରିବାକୁ ନୂଆ ନୂଆ ଯୋଜନା ପ୍ରସ୍ତୁତ କରିଛି କମିଶନରେଟ୍ ପୋଲିସ । ଅପରାଧୀଙ୍କ ଉପରେ କଡ଼ା ନଜର ରଖାଯିବା ସହ ଆବଶ୍ୟକ ସ୍ଥଳେ କରାଯାଉଛି ଏନକାଉଣ୍ଟର । ତେବେ ଆଗକୁ ନୂଆବର୍ଷ ଓ ଜିରୋ ନାଇଟ୍ ଥିବାରୁ ଅପରାଧୀଙ୍କ ଉପରେ ବିଶେଷ ଭାବେ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି ପୋଲିସ କମିଶନର ।

ନୂଆବର୍ଷ ପୂର୍ବରୁ ଅପରାଧିଙ୍କ ଉପରେ କଡା ନଜର । ଟୁଇନସିଟିରୁ ଅପରାଧୀଙ୍କ ମୂଳୁପୋଛ କରିବାକୁ ଉଦ୍ୟମ । କମିଶନରେଟ୍ ପ୍ରସ୍ତୁତ କରିଛି ନୂଆ ବ୍ଲୁ-ପ୍ରିଣ୍ଟ । ଟର୍ଗେଟ୍-୧, ଡ୍ରଗ୍ସ ବେପାରୀ । ଟାର୍ଗେଟ-୨, ଏନବିଡବ୍ଲ୍ୟୁ ଅପରାଧିଙ୍କ ତାଲିକା । ଟାଗେର୍ଟ-୩, କ୍ଲିନ ସୁଇପ୍ ଟ୍ଵିନସିଟି । ଟାଗେର୍ଟ-୪, ଛୋଟବଡ ଅପରାଧୀଙ୍କୁ ଗିରଫ କରିବା । ସ୍ପେଶାଲ ସ୍କ୍ଵାଡ, କୁକ୍ ଆକ୍ସନ ଟିମ୍ ଓ ସମସ୍ତ ଥାନା ଅଧିକାରୀଙ୍କୁ ସଜାଗ କରାଯାଇଛି ।

ସେପଟେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ କାବୁ କରିବାକୁ ପୋଲିସ କରୁଛି ଏନ୍କାଉଣ୍ଟର । ଚଳିତ ବର୍ଷ କମିଶନରେଟ ପୋଲିସ ୩୫ରୁ ଅଧିକ ଅପରାଧୀଙ୍କୁ ଏନକାଉଣ୍ଟର କରିଛି । କଟକରେ ୧୮ରୁ ଅଧିକ ଏନକାଉଣ୍ଟର ହୋଇଥିବା ବେଳେ ଭୁବନେଶ୍ୱରରେ ହୋଇଛି ୧୫ରୁ ଅଧିକ ଏନକାଉଣ୍ଟର । ଅପରାଧୀଙ୍କୁ ସାବାଡ କରିବାକୁ ଆବଶ୍ୟକ ସ୍ଥଳରେ ପୋଲିସ ଏନକାଉଣ୍ଟର କରିଥାଏ ବୋଲି କହିଛନ୍ତି ପୂର୍ବତନ ପୋଲିସ ଡିଜି । କେବଳ ଟ୍ଵିନସିଟି ନୁହେଁ ସାରା ରାଜ୍ୟରେ ଅପରାଧୀଙ୍କ ଉପରେ କଡା ନଜର ରଖାଯାଇଛି । ଏପରିକି ଆବଶ୍ୟକ ହେଲେ ଏନକାଉଣ୍ଟର କରିବାକୁ ବି ପଛାଉନାହିଁ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.